ଭୁବନେଶ୍ୱର : ଲକ୍ ଡାଉନ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣର ପ୍ରସାରଣ ବେଳେ ଏକ ଦୁଃଖଦ ଖବର ଆସିଛି । ରାମାୟଣରେ ସୁଗ୍ରୀବ ଓ ବାଲି ଉଭୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମସୁନ୍ଦର କରାରେଙ୍କର ପରଲୋକ ହୋଇଯାଇଛି । ଗତ କିଛି ବର୍ଷ ହେଲା ସେ କ୍ୟାନସରରେ ପୀଡିତ ଥିଲେ । ହରିୟାଣାରେ ତାଙ୍କ ଝିଅ ଘରେ ଥିବା ମୃତ୍ୟୁ ହୋଇଥିବା ଜଣାପଡିଛି ।
ତାଙ୍କ ପରଲୋକରେ ରାମାୟଣର ରାମ ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲ ଟ୍ୱିଟ୍ କରି ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
Comments are closed.