Latest Odisha News

BREAKING NEWS

ଗୁଡ୍ ଫ୍ରାଇଡେରେ କାହିଁକି ଦିଆଯାଏ ନାହିଁ ଶୁଭେଚ୍ଛା ବାର୍ତ୍ତା ?

ଭୁବନେଶ୍ୱର: ଜାତୀୟ ଛୁଟିଦିନ ହୋଇଥିବାରୁ ଆପଣ ଭାବୁଥିବେ ଗୁଡ୍ ଫ୍ରାଇଡେ ଅନ୍ୟ ଉତ୍ସବ ଭଳି ଏକ ଆନନ୍ଦର ପର୍ବ । ଜଣାଅଜଣାରେ ଆପଣ ଖ୍ରୀଷ୍ଟଧର୍ମୀ ବନ୍ଧୁଙ୍କୁ ହାପି ଗୁଡ୍ ଫ୍ରାଇଡେ ଲେଖି ୱିସ୍ ବି କରିଥିବେ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ଏଭଳି ବାର୍ତ୍ତା ସେମାନଙ୍କ ଧାର୍ମିକ ମନୋଭାବକୁ ଆହତ କରିଥାଏ ।

ମୌଣ୍ଡି ଥର୍ସଡେ(Moundy Thursday)ଠୁ ଆରମ୍ଭ କରି ଇଷ୍ଟର(Easter) ପର୍ପ୍ୟନ୍ତ ଖ୍ରୀଷ୍ଟଧର୍ମୀ ପବିତ୍ର ସପ୍ତାହର ଦିବସ ଭାବେ ପାଳନ୍ତି । ରବିବାରକୁ ଛାଡି ଅନ୍ୟ କୌଣସି ଦିନ ଏମାନଙ୍କ ପାଇଁ ଆନନ୍ଦମୟ ହୋଇନଥାଏ । ତେଣୁ ଯଦି କେଉଁ ଖ୍ରୀଷ୍ଟଧର୍ମୀ ବନ୍ଧୁଙ୍କୁ ଆପଣ ଶୁଭେଚ୍ଛା ଜଣାଇବାକୁ ଚାହିଁନ୍ତି , ତେବେ ଏହି ସମସ୍ତ ଦିନ ପ୍ରତି ଧ୍ୟାନ ଦେବେ ।

ଖ୍ରୀଷ୍ଟଧର୍ମର ମାନ୍ୟତା ଅନୁଯାୟୀ ପ୍ରଭୁ ଯୀଶୁଙ୍କୁ ଯେଉଁଦିନ ଶୁଳୀରେ ଚଢାଯାଇଥିଲା । ସେହି ଦିନଟିକୁ ଗୁଡ୍ ଫ୍ରାଇଡେର ମାନ୍ୟତା ମିଳିଛି । ତେବେ ଯଦି ଏମିତି ଘଟିଥିଲା, ତା ହେଲେ ଏହି ଦିନକୁ ଗୁଡ୍ ଫ୍ରାଇଡେ କାହିଁକି କୁହାଯାଏ ? କିଛି ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ନିଶ୍ଚୟ ।

ଖ୍ରୀଷ୍ଟଧର୍ମ ଅନୁଯାୟୀ ଏହି ଦିନ ପ୍ରଭୁ ଯୀଶୁ ଦୁନିଆର ପାପକୁ କ୍ଷମା କରିବା ପାଇଁ ନିଜ ଜୀବନ ଦେଇଥିଲେ । ମାନବଙ୍କ ପ୍ରତି ତାଙ୍କ ପ୍ରେମ ଓ ବଳିଦାନକୁ ଦେଖି ଏହି ଦିନକୁ ଗୁଡ୍ ଫ୍ରାଇଡେ ଭାବେ ନାମିତ କରାଯାଇଛି । ଏହି ଦିନ ଖ୍ରୀଷ୍ଟଧର୍ମୀ ଉପବାସ ରଖିବା ସହ ଯୀଶୁଙ୍କ ମରଣକୁ ମନେ ପକାଇ ପ୍ରାର୍ଥନା କରିଥାନ୍ତି ।

ଗୁଡ୍ ଫ୍ରାଇଡେ ଦିନ ପାଳିତ ହେଉଥିବା ପରମ୍ପରା;

  • ଉପବାସ ରଖିଥିବା ଶ୍ରଦ୍ଧାଳୁମାନେ ପ୍ରସାଦ ସ୍ୱରୁପ ଗରମଗରମ ମିଠା ପାଉଁରୁଟି ଖାଇଥାନ୍ତି ।
  • ସମସ୍ତେ ସ୍ୱତନ୍ତ୍ର ପ୍ରାର୍ଥନା କରିବା ସହ ଚର୍ଚ୍ଚରେ ଘଣ୍ଟି ବଦଳରେ କାଠରେ ଶବ୍ଦ ଉତ୍ପନ୍ନ କରିଥାନ୍ତି ।
  • ପ୍ରତିବର୍ଷ ଗୁଡ୍ ଫ୍ରାଇଡେ ଦିନ ଚର୍ଚ୍ଚରେ ଥିବା ସମସ୍ତ ସାଜସଜ୍ଜାକୁ ହଟାଇଦିଆଯାଏ ଅଥବା ଘୋଡାଇଦିଆଯାଏ ।
  • କିଛି ଲୋକ ଯୀଶୁଙ୍କ ବଳିଦାନକୁ ସମ୍ମାନ ଜଣାଇ ୪୦ଦିନ ପର୍ଯ୍ୟନ୍ତ ଉପବାସ ରଖିଥାନ୍ତି । ଯାହାକୁ ଲେଣ୍ଟ ବୋଲି କୁହାଯାଇଥାଏ ।
  • ଗୁଡ୍ ଫ୍ରାଇଡେ ର ତୃତୀୟ ଦିନ ଅର୍ଥାତ ରବିବାର ଦିନ ପ୍ରଭୁ ଯୀଶୁ ପୁଣିଥରେ ଜୀବିତ ହୋଇଉଠିଥିଲେ । ଏହି କାରଣରୁ ରବିବାରକୁ ଇଷ୍ଟର ସଣ୍ଡେ କୁହାଯାଏ ।
Leave A Reply

Your email address will not be published.