ଭୁବନେଶ୍ୱର: ମହାମାରୀ କରୋନା କୌଣସି କ୍ରିକେଟ ମ୍ୟାଚ୍ ନୁହେଁ । ଦିନିକିଆ, ଆଇପିଏଲ୍ କିମ୍ବା ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ନୁହେଁ କୋଭିଡ-୧୯ । ଏହା ଏକ ଲମ୍ବା ଲଢେ଼ଇ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତି ବାବଦରେ ସୂଚନା ଦେବା ବେଳେ ଏଭଳି ମତ ରଖିଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।
ସେ କହିଛନ୍ତି, କ୍ରିକେଟ ମ୍ୟାଚରେ ଆମେ ପ୍ରତି ବଲ୍ର ହିସାବ ଖୋଜିଥାଉ । କେଉଁ ବଲ୍ଟି କେତେ ଗତିରେ ଆସିଲା, ବ୍ୟାଟସ୍ ମ୍ୟାନ୍ ତାକୁ କେମିତି ଦେଖିଲା ଏବଂ କେମିତି ଖେଳିଳା । ପ୍ରତି ବଲ୍ର ସମୀକ୍ଷା କରାଯାଇଥାଏ । ବ୍ୟାଟ୍ସ ମ୍ୟାନ୍ର ପ୍ରତି ଶଟ୍ ଏବଂ ଆକ୍ସନକୁ ରିପ୍ଲେରେ ଦେଖାଯାଇଥାଏ । ତେବେ ଏଥିରେ ମଧ୍ୟ ଦର୍ଶକଙ୍କ ମନ ପୂରି ନଥାଏ । କୋଭିଡ-୧୯ କିନ୍ତୁ ଏହି ମ୍ୟାଚ୍ ଭଳି ନୁହଁ । ରାଜ୍ୟରେ ଏଯାଏଁ ୪୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରତିଟି ପଜିଟିଭ କେସର ବିବରଣୀ ଏବଂ ପୁନରାବୃତ୍ତି, ସମୀକ୍ଷା ସମ୍ଭବ ନାହିଁ ।
ଯଦି ଆକ୍ରାନ୍ତଙ୍କ ସଂଖ୍ୟା ୪୪୪ ହୁଏ ତେବେ ସବୁ ଘଟଣାରେ ସବୁ ତଥ୍ୟ ଦିଆଯିବା ଅସମ୍ଭବ । କ୍ରିକେଟ ନୁହେଁ ଏହା କୋଭିଡର ଖେଳ ବୋଲି ବାଗଚୀ କହିଛନ୍ତି ।
BREAKING NEWS
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ

Comments are closed.