Latest Odisha News

BREAKING NEWS

ଆଲିଆଙ୍କୁ ପ୍ରଶଂସା କରି ତାଙ୍କ ଆଦର୍ଶ ବୋଲି କହିଲେ ସୁହାନା

ମୁମ୍ବାଇ: ବଲିଉଡ଼ର କିଙ୍ଗ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଫିଲ୍ମ ‘ଦି ଆର୍ଚିଜ’ ଆସନ୍ତା ମାସରେ ରିଲିଜ୍ ହେବ । ସୁହାନା ଏବେ ତାଙ୍କ ନୂଆ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ମଝିରେ ମଝିରେ ସେ ଏପରି କିଛି କହିଦେଉଛନ୍ତି ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି । ନିକଟରେ ସୁହାନା ଆଲିଆ ଭଟ୍ଟଙ୍କୁ ତାଙ୍କ ଆଦର୍ଶ ବୋଲି କହିଥିଲେ । ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି ।

ପରିବେଶ ସୁରକ୍ଷା କ୍ଷେତ୍ରରେ ଯୁବକଙ୍କ ଭୂମିକା ବିଷୟରେ ନିକଟରେ ହୋଇଥିବା ଏକ ଆଲୋଚନାରେ ସୁହାନା ଆଲିଆଙ୍କୁ ପ୍ରଶଂସା କରିଥିଲେ । ଆଉ କହିଥିଲେ ଯେ, ନୂଆ କିଣିବା ପରିବର୍ତ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାଙ୍କ ବିବାହ ଶାଢିକୁ ପୁନରାବୃତ୍ତି କରି ସେ ପରିବେଶ ପାଇଁ ନିଜ ଯୋଗଦାନ ଦେଇଥିଲେ । ମୁଁ ଭାବୁଛି ଏହା ଅବିଶ୍ୱସନୀୟ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା । ସୁହାନା ଏକ ପୋଷାକର ପୁନରାବୃତ୍ତି କରି ପରିବେଶରେ ‘ଅବଦାନ’ ବୋଲି କହିଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ୟୁଜର୍ସ କହିଛନ୍ତି, ପୋଷାକର ପୁନରାବୃତ୍ତି ଅତ୍ୟନ୍ତ ସାଧାରଣ, କିନ୍ତୁ ସୁହାନା ଯେପରି ଆଲିଆଙ୍କ ଉଦାହରଣ ଦେଇଥିଲେ ଏବଂ ଏହାକୁ ପ୍ରଶଂସନୀୟ କାର୍ଯ୍ୟ ବୋଲି କହିବା ଆଶ୍ଚର୍ଯ୍ୟଜନକ ।

Leave A Reply

Your email address will not be published.