ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ପ୍ରିତିରଞ୍ଜନ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।
ବିଧାୟକ ଟ୍ୱିଟ କରି ଲେଖିଛନ୍ତି ଯେ, “ମୁଁ ସଙ୍ଗରୋଧରେ ଅଛି। ଯଦିଓ କରୋନା ର କୌଣସି ଲକ୍ଷଣ ନାହିଁ, କିନ୍ତୁ ମୋର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ ରେ ୨ ସପ୍ତାହ ଯାଏଁ ମୁଁ ସଙ୍ଗରୋଧରେ ରହିଛି”।
ବିଧାୟକଙ୍କୁ କରୋନା ହୋଇଥିବା ଜାଣିବା ପରେ ଲୋକ ମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
Comments are closed.