Latest Odisha News

BREAKING NEWS

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି ବାଳସୁବ୍ରମଣ୍ୟମ୍ ଗୁରୁତର

ଚେନ୍ନାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଏସ୍ ପି ବାଳସୁବ୍ରମଣ୍ୟମ୍ ଗୁରୁତର । ଗତ ୫ ତାରିଖରୁ ସେ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଏମଜିଏମ୍ ହେଲଥ୍ କେୟାରରେ ଚିକିତ୍ସିତ ହେଉଥିବା ବେଳେ ଏବେ ଗୁରୁତର ହୋଇପଡିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି । ତାଙ୍କ ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି ।

ଗତ ୫ ତାରିଖରେ ବାଳସୁବ୍ରମଣ୍ୟମ୍ ନିଜେ କୋଭିଡ ପଜିଟିଭ୍ ହୋଇଥିବା ନେଇ ଲୋକଙ୍କୁ ଫେସ୍‌ବୁକ୍ ଲାଇଭରେ ସୂଚନା ଦେଇଥିଲେ । ତାଙ୍କଠାରେ ଲକ୍ଷଣ କମ ଥିବାରୁ ଖୁବ୍ ଶୂଘ୍ର ସେ ଡିସ୍‌ଚାର୍ଜ ହେବେ ବୋଲି କହିଥିଲେ । ପ୍ରାୟ ୪୦ ହଜାରରୁ ଅଧିକ ଗୀତ ଗାଇ ଲୋକଙ୍କ ନିକଟରେ ବେଶ୍ ଲୋକପ୍ରିୟ ଅଟନ୍ତି ସେ ।

Leave A Reply

Your email address will not be published.