Latest Odisha News

BREAKING NEWS

୭ ମାସ ପରେ ଆଇଏସଏସରୁ ବାହାରିଲେ ସୁନିତା ୱିଲିୟମ୍ସ୍

ୱାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ନିକ୍ ହେଗ୍ ଗୁରୁବାର ପ୍ରାୟ ୬-୭ ଘଣ୍ଟା ଧରି ସ୍ପେସୱାକ୍ କରିଛନ୍ତି।

ଉଭୟ ମହାକାଶଚାରୀ ୨୦୨୫ ମସିହା ଜାନୁଆରୀ ୧୬ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ବାହାରକୁ ବାହାରିଥିଲେ। ଯାହାର ଏକ ଭିଡିଓ ନାସା ଏହାର ୱେବସାଇଟ୍ ଏବଂ ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରେ ସେୟାର କରିଛି। ତେବେ ନାସା ଏହି ସ୍ପେସୱାକ୍ ମିଶନର ନାମ ୟୁଏସ ସ୍ପେସୱାକ୍ ୯୧ ରଖିଛି।

ରିପୋର୍ଟ ଅନୁସାରେ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ନିକ୍ ହେଗ୍ ୪୨୦ କିଲୋମିଟର ଉଚ୍ଚତାରେ ତୁର୍କମେନିସ୍ତାନ ଉପରେ ଏହି ସ୍ପେସୱାକ୍ କରିଥିଲେ। ସୁନିତାଙ୍କୁ ନିକ୍‌ଙ୍କ ସହ ମହାକାଶ ଷ୍ଟେସନ୍‌ରେ କିଛି ମରାମତି କାମ କରିବା ଲାଗି ବାହାରକୁ ଆସିବାକୁ ପଡିଥିଲା।

ନାସାର ସୂଚନା ଅନୁଯାୟୀ, ଏହା ଆଇଏସଏସ କମାଣ୍ଡର ସୁନୀତା ୱିଲିୟମ୍ସଙ୍କ ୮ମ ସ୍ପେସୱାକ୍ ଥିଲା। ପୂର୍ବରୁ ସେ ତାଙ୍କର ୭ଟି ସ୍ପେସୱାକ୍ ସମୟରେ ମହାକାଶରେ ମୋଟ ୫୦ ଘଣ୍ଟା ୪୦ ମିନିଟ୍ ଚାଲିଛନ୍ତି। ତେବେ ସୁନିତା ୱିଲିୟମ୍ସ ଦୀର୍ଘ ୭ ମାସ ଧରି ମହାକାଶରେ ଫସି ରହିଛନ୍ତି।

 

Comments are closed.