ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ନିକଟରେ ବିସିସିଆଇ କେତେକ କଠୋର ନିୟମ ଲାଗୁ କରିଛି । ଏହା ମଧ୍ୟରେ ପରିବାର ସଦସ୍ୟଙ୍କୁ ନେବା ଉପରେ ବିସିସିଆଇର ଲଗାଇଥିବା କଟକଣା ଉପରେ ଖେଳାଳିମାନେ ଅସନ୍ତୁଷ୍ଟ ରହିଛନ୍ତି । ଖେଳାଳି ଘୋଷଣା ବେଳେ ଅଗରକରଙ୍କୁ ରୋହିତ କହିଥିଲେ ମୋତେ ଖେଳାଳିମାନେ ବାରମ୍ବାର ଫୋନ କରୁଛନ୍ତି । ସେକ୍ରେଟାରୀଙ୍କ ସହିତ ଉପରୋକ୍ତ ନିୟମକୁ ନେଇ ମୋତେ ବୋଧହୁଏ ଆଲୋଚନା କରିବାକୁ ପଡିବ । ଅବଶ୍ୟ ଏହା ପରେ ସେ ଚୁପ ହୋଇ ଯାଇଥିଲେ ।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରାଜୟ ପରେ ବିସିସିଆଇ ଏହି ନିୟମ ଲାଗୁ କରାଯାଇଛି । ଏବେ ୪୫ ଦିନରୁ ଊର୍ଦ୍ଧ୍ୱ ଗସ୍ତରେ ଖେଳାଳିମାନେ ଗଲେ ପରିବାର ସଦସ୍ୟଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ରଖିପାରିବେ । ଏହି ସମସ୍ୟାକୁ ରୋହିତ ପରୋକ୍ଷରେ ଉଜାଗର କରି ଟିମ ମଧ୍ୟରେ ସବୁ କିଛି ସ୍ପଷ୍ଟ ନ ଥିବା ଜଣାଇଛନ୍ତି । ଘୋଷିତ ଦଳରେ ମହମ୍ମଦ ସାମୀ ଦୀର୍ଘ ଦିନ ପରେ ପ୍ରତ୍ୟାବର୍ତନ କରିବା ପରେ ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇଛି । ଦଳରେ ୪ଜଣ ପ୍ରଫେଶନାଲ ଅଲରାଉଣ୍ଡରଙ୍କୁ ସୁଯୋଗ ଦିଆଯାଇଛି ।
Comments are closed.