ନୂଆଦିଲ୍ଲୀ: ସଂସଦରେ ଦେଖାଯିବ ସିନେମା । ଭାରତ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ବଲିଉଡ୍ ଅଭିନେତା ସନ୍ନି ଦେୱଲ୍ ଓ ଅମିଷା ପଟେଲ୍ ଅଭିନୀତ ସିନେମା ‘ଗଦର ୨’ ବକ୍ସ ଅଫିସ୍ରେ ଜବରଦସ୍ତ ଆୟ କରିଚାଲିଛି। ସାହାରୁକ୍ ଖାନ୍ ଅଭିନୀତ ‘ପଠାନ୍’ ସିନେମା ପରେ ୨୦୨୩ର ଦ୍ୱିତୀୟ ସର୍ବବୃହତ୍ ହିନ୍ଦୀ ହିଟ୍ ସିନେମା।
ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମା ଚଳିତ ମାସ ଅଗଷ୍ଟ ୨୫ ତାରିଖରୁ ତିନି ଦିନ ଯାଏ ସଂସଦର ନୂତନ ଭବନରେ ସ୍ପେଶାଲ ସ୍କ୍ରିନିଂ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜିଠାରୁ ସଂସଦ ଭବନରେ ସଦସ୍ୟମାନଙ୍କ ପାଇଁ ଦିନ ୧୧ଟାରୁ ସ୍ପେଶାଲ ସ୍କ୍ରିନିଂ ଆରମ୍ଭ ହୋଇଯାଇଛି। ସ୍କ୍ରିନିଂ ସମୟରେ ସିନେମାର ଷ୍ଟାରକାଷ୍ଟ୍ ମାନଙ୍କ ମଧ୍ୟରୁ କେହି ବି ଉପସ୍ଥିତ ନଥିବାର ସୂଚନା ମିଳିଛି।
ସୂଚନା ଅନୁସାରେ ସଂସଦ ଭବନରେ ସିନେମାର ସ୍କ୍ରିନିଂ ପାଇଁ ସଂସଦ ତରଫରୁ ଏକ ମେଲ୍ ମିଳିଥିଲା ବୋଲି ଏହି ସିନେମାର ନିର୍ମାତା ଅନିଲ ଶର୍ମା କହିଛନ୍ତି। ଏହି ମେଲ ପାଇବା ପରେ ପ୍ରକୃତରେ ନିଜକୁ ସମ୍ମାନିତ ଓ ଭାଗ୍ୟବାନ୍ ମନେ କରୁଛନ୍ତି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ତାଙ୍କୁ କୁହାଯାଇଥିଲା , କିନ୍ତୁ କୌଣସି କାରଣ ବଶତଃ ସେ ଦିଲ୍ଲୀ ଯାଇ ପାରି ନାହାଁନ୍ତି। ସେ ଆହୁରି କହିଛନ୍ତି ଯେ, ଉପରାଷ୍ଟ୍ରପତି ମଧ୍ୟ ଏହି ସିନେମା ଦେଖିବାର ସମ୍ଭାବନା ରହିଛି ବୋଲି ମୁଁ ଶୁଣିବାକୁ ପାଇଛି।’
ନିକଟରେ ସନ୍ନି ଦେଓଲ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ‘ଗଦର-୨’କୁ ମିଳିଥିବା ଭଲପାଇବା ପାଇଁ ତାଙ୍କ ଫ୍ୟାନ୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ କହିବା କଥା ଅନୁଯାୟୀ ଏତେ କମ୍ ଦିନ ଭିତରେ ‘ଗଦର-୨’ ସିନେମା ୪୦୦କୋଟି ଟଙ୍କାରୁ ଅଧିକ ରୋଜଗାର କରିବ ବୋଲି ସେ କେବେ ଆଶା କରି ନଥିଲେ। ଏହାସବୁ ଆପଣମାନଙ୍କ ଭଲ ପାଇବା ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ‘ଗଦର୍ ୨’କୁ ନେଇ ସନ୍ନି ଦେୱଲ୍ ଓ ଅନୀଲ୍ ଶର୍ମା କରିଥିବା ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.