ନୂଆଦିଲ୍ଲୀ: ସଂସଦରେ ଦେଖାଯିବ ସିନେମା । ଭାରତ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ବଲିଉଡ୍ ଅଭିନେତା ସନ୍ନି ଦେୱଲ୍ ଓ ଅମିଷା ପଟେଲ୍ ଅଭିନୀତ ସିନେମା ‘ଗଦର ୨’ ବକ୍ସ ଅଫିସ୍ରେ ଜବରଦସ୍ତ ଆୟ କରିଚାଲିଛି। ସାହାରୁକ୍ ଖାନ୍ ଅଭିନୀତ ‘ପଠାନ୍’ ସିନେମା ପରେ ୨୦୨୩ର ଦ୍ୱିତୀୟ ସର୍ବବୃହତ୍ ହିନ୍ଦୀ ହିଟ୍ ସିନେମା।
ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମା ଚଳିତ ମାସ ଅଗଷ୍ଟ ୨୫ ତାରିଖରୁ ତିନି ଦିନ ଯାଏ ସଂସଦର ନୂତନ ଭବନରେ ସ୍ପେଶାଲ ସ୍କ୍ରିନିଂ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜିଠାରୁ ସଂସଦ ଭବନରେ ସଦସ୍ୟମାନଙ୍କ ପାଇଁ ଦିନ ୧୧ଟାରୁ ସ୍ପେଶାଲ ସ୍କ୍ରିନିଂ ଆରମ୍ଭ ହୋଇଯାଇଛି। ସ୍କ୍ରିନିଂ ସମୟରେ ସିନେମାର ଷ୍ଟାରକାଷ୍ଟ୍ ମାନଙ୍କ ମଧ୍ୟରୁ କେହି ବି ଉପସ୍ଥିତ ନଥିବାର ସୂଚନା ମିଳିଛି।
ସୂଚନା ଅନୁସାରେ ସଂସଦ ଭବନରେ ସିନେମାର ସ୍କ୍ରିନିଂ ପାଇଁ ସଂସଦ ତରଫରୁ ଏକ ମେଲ୍ ମିଳିଥିଲା ବୋଲି ଏହି ସିନେମାର ନିର୍ମାତା ଅନିଲ ଶର୍ମା କହିଛନ୍ତି। ଏହି ମେଲ ପାଇବା ପରେ ପ୍ରକୃତରେ ନିଜକୁ ସମ୍ମାନିତ ଓ ଭାଗ୍ୟବାନ୍ ମନେ କରୁଛନ୍ତି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ତାଙ୍କୁ କୁହାଯାଇଥିଲା , କିନ୍ତୁ କୌଣସି କାରଣ ବଶତଃ ସେ ଦିଲ୍ଲୀ ଯାଇ ପାରି ନାହାଁନ୍ତି। ସେ ଆହୁରି କହିଛନ୍ତି ଯେ, ଉପରାଷ୍ଟ୍ରପତି ମଧ୍ୟ ଏହି ସିନେମା ଦେଖିବାର ସମ୍ଭାବନା ରହିଛି ବୋଲି ମୁଁ ଶୁଣିବାକୁ ପାଇଛି।’
ନିକଟରେ ସନ୍ନି ଦେଓଲ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ‘ଗଦର-୨’କୁ ମିଳିଥିବା ଭଲପାଇବା ପାଇଁ ତାଙ୍କ ଫ୍ୟାନ୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ କହିବା କଥା ଅନୁଯାୟୀ ଏତେ କମ୍ ଦିନ ଭିତରେ ‘ଗଦର-୨’ ସିନେମା ୪୦୦କୋଟି ଟଙ୍କାରୁ ଅଧିକ ରୋଜଗାର କରିବ ବୋଲି ସେ କେବେ ଆଶା କରି ନଥିଲେ। ଏହାସବୁ ଆପଣମାନଙ୍କ ଭଲ ପାଇବା ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ‘ଗଦର୍ ୨’କୁ ନେଇ ସନ୍ନି ଦେୱଲ୍ ଓ ଅନୀଲ୍ ଶର୍ମା କରିଥିବା ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.