Latest Odisha News

ବାହୁବଲୀ-୨କୁ ପଛରେ ପକାଇଲା ସନ୍ନି ପାଜିଙ୍କ ‘ଗଦର-୨’:ଏବେ ମଧ୍ୟ ପ୍ରେକ୍ଷାଳୟରେ ଦ୍ରୁତ ଗତିରେ ଆଗେଇ ଚାଲିଛି

ଭୁବନେଶ୍ୱର: ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ‘ଗଦର ୨’ ସାମ୍ନାରେ ସବୁ ସିନେମା ଫିକା ପଡ଼ିଯାଇଛି । କେବଳ ଗୋଟିଏ ମାସ ଭିତରେ ଏହି ସିନେମା ଅନେକ ରେକର୍ଡ ଭାଙ୍ଗି ସାରିଛି ।  ଏହା ରିଲିଜ୍ ହେବାର ୨୯ତମ ଦିନରେ ପ୍ରଭାସଙ୍କ ଅଭିନୀତ ‘ବାହୁବଲୀ-୨’ କୁ ପଛରେ ପକାଇ ବର୍ତ୍ତମାନ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଭାବେ ଗଣାଯିବା ସହିତ ତାରା ସିଂ ଏବେ ସର୍ବପ୍ରଥମ ସ୍ଥାନ ହାସଲ କରିବା ପାଇଁ ପ୍ରେକ୍ଷାଳୟରେ ଦଉଡୁଛନ୍ତି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୯ତମ ଦିନରେ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ବୋଲି ସୁଚନା ମିଳିଛି । ଏଥି ସହିତ ଏହି ସିନେମା ମୋଟ୍ ୫୧୧ କୋଟି ଟଙ୍କା ସଂଗ୍ରହ କରିଛି, ଯାହା ବାସ୍ତବରେ ପ୍ରଶଂସନୀୟ । ଏକ ମାସ ମଧ୍ୟରେ ‘ଗଦର ୨’ ବକ୍ସ ଅଫିସରେ ଅନେକ ମାଇଲଖୁଣ୍ଟ ସ୍ଥାପନ କରିଛି ।

‘ଗଦର-୨’ ରିଲିଜ୍ ହେବାର ପଞ୍ଚମ ଶୁକ୍ରବାରରେ ଏସ୍ ରାଜାମୌଲିଙ୍କ ପ୍ୟାନ୍ ଇଣ୍ଡିଆ ବ୍ଲକବଷ୍ଟର୍ ‘ବାହୁବଲୀ ଦ କନକ୍ଲୁଜନ୍ ‘କୁ ପଛରେ ପକାଇଦେଇଛି । ‘ବାହୁବଲୀ-୨’ ହିନ୍ଦୀରେ ୫୧୦.୯୯ କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ବର୍ତ୍ତମାନ ‘ଗଦର-୨’ ସିନେମା ୫୧୧ କୋଟି ଟଙ୍କା ରୋଜଗାର କରି ଏହାର ରେକର୍ଡ୍ ଭାଙ୍ଗିଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେ ସିନେମା ରିଲିଜ୍ ହେବାର ଗୋଟେ ମାସ ପୁରିବାକୁ ବସିଥିଲେ ମଧ୍ୟ ଫିଲ୍ମ କୋଟିଏ ଟଙ୍କା ରୋଜଗାର କରିପାରୁଛି ।

ସନ୍ନି ପାଜିଙ୍କ ‘ଗଦର-୨’ ଏବେ ମଧ୍ୟ ପ୍ରେକ୍ଷାଳୟରେ ଦ୍ରୁତ ଗତିରେ ଆଗେଇ ଚାଲିଛି ।  ବର୍ତ୍ତମାନ ଏହା ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ଲଢ଼େଇ ଜାରି ରଖିଥିବାବେଳେ ଏକ ନମ୍ବର ସ୍ଥାନରେ ରହିଛି ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ‘ପଠାନ’, ଯାହାର ଘରୋଇ ବକ୍ସ ଅଫିସରେ ମୋଟ ସଂଗ୍ରହ ହେଉଛି ୫୨୪.୫୦ କୋଟି ଟଙ୍କା। ଏଭଳି ପରିସ୍ଥିତିରେ, ୧ ନମ୍ବରରେ ପହଞ୍ଚିବା ପାଇଁ ‘ଗଦର-୨’କୁ ଆଉ ମାତ୍ର ୧୩ କୋଟି ଟଙ୍କା ରୋଜଗାର କରିବାକୁ ପଡିବ ।

 

Comments are closed.