Latest Odisha News

[ଦେଖନ୍ତୁ ଭିଡିଓ] ମୁଣ୍ଡ ନେବାକୁ ୩୦ ଲକ୍ଷର ଡିଲ୍ : ସୁପାରୀ ଦେଇଥିଲେ ବାପ-ପୁଅ

ପୁରୀ: ମୁଣ୍ଡ ନେବାକୁ ହୋଇଥିଲା ୩୦ ଲକ୍ଷର ଡିଲ୍ । ହତ୍ୟା ପୂର୍ବରୁ ଅଗ୍ରୀମ ୨ ଲକ୍ଷ ଟଙ୍କା ନେଇଥିଲେ ଅଭିଯୁକ୍ତ । ପିସ୍ତଲ ପାଇଁ ନେଇଥିଲେ ୭୦ହଜାର ଟଙ୍କା । ପୁରୀରେ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ  ହତ୍ୟା କରିବାକୁ ଦିଆଯାଇଥିଲା ସୁପାରୀ ।  କାଳୁ ପାଣିଗ୍ରାହୀଙ୍କୁ କୃଷ୍ଣଚନ୍ଦ୍ରଙ୍କ ହତ୍ୟା ପାଇଁ  ୩୦ ଲକ୍ଷ ଟଙ୍କାର ସୁପାରୀ ।

ମାମଲାରେ ୯ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ବାପ, ପୁଅ କାଳିଆ ସିଂହାରୀ ଏବଂ ଦୋଳଗୋବିନ୍ଦ ସିଂହାରୀ ଅଛନ୍ତି । ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ରିମାଣ୍ଡ ଆବେଦନ କରାଯିବ । ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଏସପି କନୱର ବିଶାଲ ସିଂ ।

କାଳିଆ ଏବଂ ଦୋଳଗୋବିନ୍ଦ ଷଡ଼ଯନ୍ତ୍ରକୁ ସଫଳ କରିବାକୁ କାଳୁକୁ ସୁପାରୀ ଦେଇଥିଲେ । ପୂରା ପ୍ଲାନ୍ ସହ ଲୋକ ଯୋଗାଡ଼ କରିଥିଲା କାଳୁ । ଫାୟାରିଂ କରିବାକୁ ବନ୍ଧୁକ ଯୋଗାଇଥିଲା ମୁନ୍ନା । ଅନ୍ୟତମ ଅଭିଯୁକ୍ତ ସନ୍ଦୀପ ଜେନା ହତ୍ୟା ପରେ ଅଭିଯୁକ୍ତଙ୍କୁ ଖସାଇବାକୁ କରିଥିଲା ପ୍ଲାନିଂ । କାଳୁଠାରୁ ଏଯାଏଁ ୧ ଲକ୍ଷ ୫୦ ହଜାର ଟଙ୍କା ସହ ମୋବାଇଲ ଜବତ କରିଛି ପୋଲିସ । ପୂର୍ବରୁ ବି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ହେଲେ ସେଥିରେ ବିଫଳ ହୋଇଥିଲେ ଅଭିଯୁକ୍ତ ।

ଘଟଣାରେ ଆଉ ୩ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି । ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସପି ।

Leave A Reply

Your email address will not be published.