Latest Odisha News

BREAKING NEWS

ପୁଷ୍କର ହେବେ ଉତରାଖଣ୍ଡ ସିଏମ : ଧୋନୀଙ୍କ ପରି ଦଳକୁ ଜିତାଇ ନିଜ ୱିକେଟ ହରାଇଥିଲେ

ଡେରାଡୁନଁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ସହ ପୁଷ୍କର ସିଂ ଧାମି ଦ୍ୱିତୀୟ ଥର ପାଇଁ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମୀନାକ୍ଷୀ ଲେଖି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଉତରାଖଣ୍ଡ ନିର୍ବାଚନରେ ଧାମିଙ୍କ ନେତୃତ୍ୱରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ସେ ପରାଜିତ ହୋଇଥିଲେ । ଫଳରେ ଉତରାଖଣ୍ଡ ସିଏମ କିଏ ହେବ ସେ ନେଇ ଗଣମାଧ୍ୟମରେ ବିଭିନ୍ନ ଗଣିତ କଷା ଯାଇଥିଲା ।

ନିର୍ବାଚନ ପ୍ରଚାର ବେଳେ ପୁଷ୍କର ସିଂ ଫ୍ଲାୱାର ଭି ହୈ ଔର ଫାୟାର ବି ବୋଲି ରାଜନାଥ କହିଥିଲେ । ନିର୍ବାଚନ ଜିତିବା ପରେ ପୁନର୍ବାର ରାଜନାଥ କହିଥିଲେ ମହେନ୍ଦ୍ର ସିଂ ଧୋନୀଙ୍କ ପରି ଦଳକୁ ଜିତାଇବା ପାଇଁ ନିଜ ୱିକେଟ ଦେଇ ଦେଇଥିଲେ ପୁଷ୍କର ।

Leave A Reply

Your email address will not be published.