Latest Odisha News

BREAKING NEWS

କୋଭିଡ-୧୯ ରିଲିଫ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସର୍ବଭାରତୀୟ ସିଏସ୍ଆର୍ ସମ୍ମାନ

ଭୁବନେଶ୍ୱର : କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ ବହୁମୁଖୀ ପଦକ୍ଷେପ  ନେଇଥିବା  ଜେଏସପିକୁ ସିଏସଆର ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି । ମୁମ୍ବାଇର ଯଶବନ୍ତରାଓ ଚଭନ କେନ୍ଦ୍ରରେ ଆୟୋଜିତ ହୋଇଥିବା ସିଏସଆର ଜର୍ଣ୍ଣାଲ ଏକ୍ସଲେନ୍ସ ଆୱାର୍ଡର ଚତୁର୍ଥ ସଂସ୍କରଣରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂ କୋଶ୍ୟାରୀ ଏହି ସମ୍ମାନଜନକ ପୁରସ୍କାର ଜେଏସପିର ପ୍ରେସିଡେଣ୍ଟ ପ୍ରଶାନ୍ତ ହୋତାଙ୍କୁ ପ୍ରଦାନ କରିଥିଲେ। 

“ଏହି ପୁରସ୍କାର ଆଗଧଡିର ସମସ୍ତ କୋଭିଡ-୧୯ ଯୋଦ୍ଧା, ସ୍ଥାନୀୟ ଜନସାଧାରଣ ତଥା ଜେଏସପିର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପିଏଲ ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ଵ ପାଇଁ ଉତ୍ସର୍ଗୀକୃତ” । ପୁରସ୍କାର ପାଇଁ ପ୍ରଶାନ୍ତ ହୋତା ସିଏସ୍ଆର୍ ଜର୍ଣ୍ଣାଲ ଏବଂ ଜୁରିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏକ ସ୍ଵାଧୀନ ଜୁରି ମଣ୍ଡଳୀ ଦ୍ୱାରା ବହୁ-ସ୍ତରୀୟ ଚୟନ ପ୍ରକ୍ରିୟାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଏହି ପୁରସ୍କାର ପାଇଁ ବିଜୟୀ ଘୋଷିତ କରଯାଇଥିଲା ।

ଏହି ଅବସରରେ ଜେଏସପିଏଲ ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ସମାଜକୁ ପ୍ରଭାବିତ କରିଥିବା କୋଭିଡ-୧୯ ମହାମାରୀ ସମଗ୍ର ମାନବିକତା ପାଇଁ ଏକ ଆହ୍ଵାନ । ଏକ ଦାୟିତ୍ଵପୂର୍ଣ୍ଣ କର୍ପୋରେଟ ଭାବରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ତାହାର ସାମାଜିକ ଅନୁଷ୍ଠାନ ଜେଏସପିଏଲ୍ ଫାଉଣ୍ଡେସନର ସହଯୋଗରେ କୋଭିଡ-୧୯ ମହାମାରୀ ସମୟରେ ଗରିବ ତଥା ଅସହାୟ ଲୋକଙ୍କୁ

ସହଯୋଗ କରିଥିଲା।

ଖାଦ୍ୟ ଯୋଗାଇବା, ସ୍ୱାସ୍ଥ୍ୟ ସେବା ସୁବିଧା କରିବା ଏବଂ ବିଭିନ୍ନ ଡାକ୍ତରଖାନାକୁ ତରଳ ମେଡିକାଲ୍ ଅମ୍ଳଜାନ ଯୋଗାଇବା ଭଳି ବହୁବିଧ ଉଦ୍ୟମ କରିଥିଲା। ଏହି ସମ୍ମାନଜନକ ପୁରସ୍କାର ପାଇଁ ସିଏସ୍ଆର୍ ଜର୍ଣ୍ଣାଲ, ଜୁରି ମଣ୍ଡଳୀ, ମୋର ସିଏସ୍ଆର୍ ଟିମ୍ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ଶାଲୁ ଜିନ୍ଦଲ |

ମାର୍ଚ୍ଚ ୨୦୨୦ରେ ଲକଡାଉନ ଘୋଷଣା ହେବ ପରଠାରୁ ଜେଏସପିଏଲ୍ ଫାଉଣ୍ଡେସନ ତାର ‘ମିସନ ଜିରୋ ହଙ୍ଗର’ କାର୍ଯ୍ୟକ୍ରମରେ ଓଡିଶା, ଛତିଶଗଡ ଏବ ଝାରଖଣ୍ଡର ବିଭିନ୍ନ ଅଞ୍ଚଳରେ ଟ୍ରକ୍ ଡ୍ରାଇଭର, ପ୍ରବାସୀ ଶ୍ରମିକ, ଗରିବ ଏବଂ ଅନ୍ୟାନ୍ୟ ଲୋକମାନଙ୍କୁ ମାଗଣା ରନ୍ଧା ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସେବାକୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରକୁ ସଂପ୍ରସାରଣ କରି ଜେଏସପିଏଲ୍ ଫାଉଣ୍ଡେସନ ସମୁଦାୟ ୧୦ ଲକ୍ଷରୁ ଅଧିକ ଭୋଜନ (ମିଲ) ବଣ୍ଟନ କରିଛି ।

ମହାମାରୀର ଦ୍ୱିତୀୟ ଲହର ସମୟରେ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ସଡକ ଏବଂ ଅମ୍ଳଜାନ ଏକ୍ସପ୍ରେସ ମଧ୍ୟମରେ ୧୩ଟି ରାଜ୍ୟର ବିଭିନ୍ନ ଡ଼ାକ୍ତରଖାନାକୁ ୫୦୦୦ ଟନରୁ ଅଧିକ ତରଳ ମେଡିକାଲ୍ ଅମ୍ଳଜାନ ଯୋଗାଇଦେଇଥିଲା । ଏହା ସହିତ ରାଜ୍ୟ ମଧ୍ୟରେ ତରଳ ମେଡିକାଲ୍ ଅମ୍ଳଜାନ ପରିବହନ ପାଇଁ ଓଡିଶା ସରକାରଙ୍କୁ ଦୁଇଟି କ୍ରାୟୋଜେନିକ୍ ଟ୍ୟାଙ୍କର୍ ଯୋଗାଇ ଦେଇଥିଲା  |

ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ଛତିଶଗଡର ରାଇଗଡ ଏବଂ ତମନାର୍ ରେ  ଥିବା ଏହାର ଫୋର୍ଟିସ୍ ଓପି ଜିନ୍ଦଲ ହସପିଟାଲ୍ ଏବଂ ରିସର୍ଚ ସେଣ୍ଟର ଓ ଅନୁଗୁଳରେ ସ୍ଵତନ୍ତ୍ର କୋଭିଡ କେୟାର ସେଣ୍ଟରରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ୬୦୦ ଅମ୍ଳଜାନ ସଂଯୁକ୍ତ ଶଯ୍ୟା ବ୍ୟବସ୍ଥା କରିଛି । ଏହି ଚିକିତ୍ସାଳଯରେ ଆଇସିୟୁ, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ସୁବିଧା କରାଯାଇଛି । ବ୍ୟତୀତ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଜନସାଧାରଣ ଏବଂ ଫ୍ରଣ୍ଟ ଲାଇନ କୋଭିଡ-୧୯ ଯୋଦ୍ଧାମାନଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଫେସମାସ୍କ ଏବଂ ହଜାର ହଜାର ଲିଟର ସାନିଟାଇଜର ବଣ୍ଟନ କରଯାଇଥିଲା |

କୃଷକ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କର ଦ୍ଵାରା ଉତ୍ପାଦନ କରାଯାଉଥିବା ବିଭିନ୍ନ ସାମଗ୍ରୀର କ୍ରୟ ପାଇଁ ଏକାଧିକ ଟାଇ-ଅପ୍ ବ୍ୟବସ୍ଥା ଦ୍ୱାରା ସେମାନଙ୍କର ରୋଜଗାରକୁ ସୁରକ୍ଷିତ ରଖିବାରେ ଜେଏସପିଏଲ ଫାଉଣ୍ଡେସନ ସହାୟତା କରିଥିଲା ।

 

 

Leave A Reply

Your email address will not be published.