ନୂଆଦିଲ୍ଲୀ: ଭୟଙ୍କର ହେଉଛି ବାତ୍ୟା ତାହା ପୁଣି ଘଣ୍ଟାପ୍ରତି ୩୩ ହଜାର କିଲୋମିଟର ବେଗରେ । ତେବେ କିଲୋମିଟର ବେଗରେ ପବନ କେମିତି ହୋଇପାରିବ । ଖବର ଶୁଣିବାକୁ ଆଶ୍ଚର୍ଯ୍ୟ ଲଗୁଥିବ । ହଁ ଆଜ୍ଞା ବ୍ରହ୍ମାଣ୍ଡରେ ହେଉଛି ସବୁଠୁ ଭୟଙ୍କର ବାତ୍ୟା । ଗ୍ରେଡ୍-ଫାଇଭ୍ ବାତ୍ୟାର ୧୩୦ ଗୁଣ ବେଗରେ ବହୁଛି ପବନ । ପୃଥିବୀରେ ଏଯାଏ ଘଣ୍ଟାପ୍ରତି ସ୍ରବାଧିକ ୪୦୭ କିଲୋମିଟର ରେକର୍ଡ ହୋଇଥିବା ବେଳେ ଏବେ ବୈଜ୍ଞାନିକମାନେ ଏଭଳି ଏକ ଝଡ଼ ଠାବ କରିଛନ୍ତି ଯେଉଁଥିରେ ପବନର ବେଗ ଘଣ୍ଟା ପ୍ରତି ୩୩,୦୦୦ କିଲୋମିଟର। ସୌରମଣ୍ଡଳର ଏକ ବାହ୍ୟ ଗ୍ରହରେ ଜ୍ୟୋତିର୍ବିଦମାନେ ଏକ ‘ସୁପରସୋନିକ୍ ଜେଟଷ୍ଟ୍ରିମ୍’ ଠାବ କରିଛନ୍ତି। ଏହା ମହାକାଶରେ ଚିହ୍ନଟ ହୋଇଥିବା ସବୁଠାରୁ ଅଧିକ ବେଗର ପବନ ।
ଯଦି ଏହା ପୃଥିବୀରେ ଥାଆନ୍ତା, ତେବେ ସବୁକିଛି ଛାରଖାର ହୋଇପଡ଼ିଥାନ୍ତା । ତେବେ ପୃଥିବୀଠାରୁ ୫୦୦ ଆଲୋକ ବର୍ଷ ଦୂରରେ WASP-127b ଗ୍ରହଟି ଅବସ୍ଥିତ। ଏହା ଏକ ବିଶାଳ ଗ୍ୟାସୀୟ ଗ୍ରହ। ଏହି ଗ୍ରହ ବୃହସ୍ପତି ଅପେକ୍ଷା ଟିକିଏ ବଡ଼। କିନ୍ତୁ ଏହାର ମାସ୍ ବା ବସ୍ତୁତ୍ୱ ବହୁତ କମ୍। ଏହି ବିଶାଳ ଗ୍ରହଟି ୨୦୧୬ ମସିହାରେ ଆବିଷ୍କୃତ ହୋଇଥିଲା। ଏହି ଗ୍ରହର ବିଷୁବରେଖା ସହିତ ପ୍ରବଳ ପବନର ଏକ ବଡ଼ ବେଣ୍ଡ୍ ରହିଛି, ଯାହା ଆମ ସୌରଜଗତର ଗ୍ୟାସୀୟ ଗ୍ରହଗୁଡ଼ିକରେ ଦେଖାଯାଉଥିବା ପଟା ପରି। ତଥାପି, ଏହି ପବନର ଗତି ଏପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଥିଲା। ଜାନୁଆରୀ ୨୧ ତାରିଖରେ, ‘ଆଷ୍ଟ୍ରୋନୋମି ଆଣ୍ଡ୍ ଆଷ୍ଟ୍ରୋଫିଜିକ୍ସ’ ପତ୍ରିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନ ପ୍ରକାଶିତ ହୋଇଥିଲା, ଯେଉଁଥିରେ ପବନର ଗତି ବର୍ଣ୍ଣନା କରାଯାଇଥିଲା।
ଚିଲିରେ ଅବସ୍ଥିତ ୟୁରୋପୀୟ ଦକ୍ଷିଣ ଅବଜରଭେଟୋରୀ (ESO)ର ଏକ ବିଶାଳ ଟେଲିସ୍କୋପ (VLT) ସାହାଯ୍ୟରେ ବୈଜ୍ଞାନିକମାନେ ଏହି ପବନର ବେଗ ମାପିଥିଲେ। ଏହା ପୃଥିବୀର ଗ୍ରେଡ୍-ଫାଇଭ୍ ବାତ୍ୟା ଅପେକ୍ଷା ୧୩୦ ଗୁଣ ଅଧିକ ଶକ୍ତିଶାଳୀ। ଗବେଷକମାନେ WASP-127b ଗ୍ରହର ବାୟୁମଣ୍ଡଳ ଦେଇ ଯାଉଥିବା ଆଲୋକର ବିଶ୍ଳେଷଣ କରି ପବନର ବେଗ ମାପି ପାରିଛନ୍ତି । VLT ଦ୍ୱାରା ସଂଗୃହିତ ତାପମାତ୍ରା ତଥ୍ୟ ଦର୍ଶାଉଛି ଯେ WASP-127b ର ମେରୁ ଅଞ୍ଚଳଗୁଡ଼ିକ ଗ୍ରହର ଅନ୍ୟ ଅଂଶ ଅପେକ୍ଷା ଅଧିକ ଥଣ୍ଡା ଏବଂ ଗ୍ରହର ଦିନ ଏବଂ ରାତିର ତାପମାତ୍ରା ମଧ୍ୟରେ ବହୁତ କମ୍ ପାର୍ଥକ୍ୟ ଅଛି। ବର୍ତ୍ତମାନ, କେବଳ VLT ଭଳି ଭୂମି-ଭିତ୍ତିକ ଟେଲିସ୍କୋପ ଦୂର ଗ୍ରହରେ ପବନର ବେଗ ମାପି ପାରିବ।
Comments are closed.