ଚିତୋର: ଆନ୍ଧ୍ରପ୍ରଦେଶ ମଦନାପଲ୍ଲୀ ଉପକଣ୍ଠ ଶିବ ନଗରରେ ଦୁଇ ଝିଅଙ୍କୁ ବାପା ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଠାକୁରଙ୍କ ନିକଟରୁ ପାଇଥିବା ହୁକୁମ ଅନୁସାରେ ଝିଅମାନଙ୍କୁ ବଳି ଦେଇଥିବା ସେମାନେ କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପୁରୁଷୋତ୍ତମ ନାଇଡୁ ଓ ତାଙ୍କ ପତ୍ନୀ ପଦ୍ମଜା ଦୁଇ ଝିଅଙ୍କୁ ନେଇ ଥିଲା ସସାଂର । ଦୁଇ ଝିଅ ଆଲେଖ୍ୟା ୨୭ ବର୍ଷର ହୋଇଥିବା ବେଳେ ସାନ ଝିଅ ସାଇ ବିଦ୍ୟା ୨୨ ବର୍ଷୀୟ । କୋଭିଡ୍ ସମୟରୁ ଏହି ପରିବାର ଅଜବ ବ୍ୟବହାର କରୁଥିବା ସ୍ଥାନୀୟ ଡିସିପି କହିଛନ୍ତି । ବାହାରକୁ ବେଶୀ ବାହାରୁ ନ ଥିଲେ କାହାରି ସାଙ୍ଗେ ମିଳାମିଶା କରୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଗତକାଲି ଏହି ଘରୁ ପାଟିତୁଣ୍ଡ ଶୁଣିବାକୁ ପାଇ ଲୋକେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲା ତାଜୁବ ହୋଇଗଲା । ଚଟାଣରେ ପଡିଥିଲା ଦୁଇ ଝିଅଙ୍କ ମୃତ ଦେହ । ଜଣେ ପୂଜା ଘରେ ପଡିଥିବା ବେଳେ ଅନ୍ୟ ଜଣଙ୍କର ମୃତଦେହ ନାଲି କପଡାରେ ଘୋଡାଯାଇଥିଲା ।
ଏହି ଦମ୍ପତ୍ତି ଅନ୍ଧବିଶ୍ୱାସୀ । ଦିନଟେ ଅପେକ୍ଷା କଲେ ଏହି ଦୁଇ ଝିଅଙ୍କ ମୃତଦେହରେ ପ୍ରାଣ ଫେରିଆସିବ ବୋଲି ସେମାନେ ପୋଲିସକୁ କହିଥିଲେ । ପୋଲିସ ବାପା ମାଆ ଦୁହିଁଙ୍କୁ ଗିରଫ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
Comments are closed.