Latest Odisha News

ପ୍ରଥମ ଓଡ଼ିଆ ଭାବେ BAIର ଉପସଭାପତି ହେଲେ ଅନିନ୍ଦିତା ପୂଜାରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓକିଲ ଅନିନ୍ଦିତା ପୂଜାରୀ ପ୍ରଥମ ଓଡ଼ିଆ ଭାବେ ଦ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ବିଏଆଇ)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଏଆଇର ଉପସଭାପତି ପଦରେ ଅନିନ୍ଦିତା ୨ ବର୍ଷ ରହିବେ ।

ଏହା ପୂର୍ବରୁ ଅନିନ୍ଦିତା ଦୁଇଥର ବିଏଆଇର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ତୁଲାଇଛନ୍ତି । ଗତ ୨୫ ବର୍ଷ ହେଲା ରାଉରକେଲାର ଅନିନ୍ଦିତା ସୁପ୍ରିମକୋର୍ଟରେ ଓକିଲାତି କରୁଛନ୍ତି । ୮ ବର୍ଷ ହେଲା ସେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପ୍ୟାନେଲ୍ ଆଡଭୋକେଟ୍ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ପରିଚାଳନା କରିଛନ୍ତି ।

୨୦୨୩-୨୫ ବର୍ଷ ପାଇଁ ଦ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ପଦାଧିକାରୀ ଓ କାର୍ଯ୍ୟନିର୍ବାହୀ ସଭ୍ୟ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ବିଏଆଇର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଆଇନଜୀବୀ ପ୍ରଶାନ୍ତ କୁମାର ।

Comments are closed.