Latest Odisha News

ଇଦ୍‌ରେ ମୁକ୍ତିଲାଭ କରିବନି ସଲମନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ:ବଲିଉଡର ସୁପରଷ୍ଟାର ବା ଭାଇଜାନ ସଲମନ ଖାନ୍ ଏବେ ବେଶ୍ ଚର୍ଚ୍ଚାରେ । ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଙ୍କୁ ନେଇ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମଟି ଇଦ୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏହାର ରିଲିଜ ତାରିଖକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି ।

ବାସ୍ତବରେ ସଲମାନଙ୍କ ଏହି ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ । ଫିଲ୍ମର ରିଲିଜ୍ ତାରିଖକୁ ନେଇ ପୂର୍ବରୁ ଅନେକ ଗୁଜବ ସୃଷ୍ଟି ହୋଇଛି । ଫିଲ୍ମର ରିଲିଜ୍ ତାରିଖ ସହିତ ଲୋକମାନେ ଏହାର ଟ୍ରେଲରକୁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏବେ ସୁଦ୍ଧା
ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ସମ୍ପର୍କରେ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି ।
ଏହି ଫିଲ୍ମରେ ଅଭିନେତା ସଲମାନ ଖାନଙ୍କ ବ୍ୟତୀତ ପୂଜା ହେଗଡେ, ଶାହନାଜ ଗିଲ, ସିଦ୍ଧାର୍ଥ ନିଗମ, ରାଘବ ଜୁୟାଲ, ପାଲକ ତିୱାରୀ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।

Leave A Reply

Your email address will not be published.