ନୂଆଦିଲ୍ଲୀ: ଏଣିକି ୱେବ୍ସାଇଟ୍ରେ ଅପ୍ଲୋଡ୍ ହେବ ଅପରାଧୀ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ । ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତଥ୍ୟ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିବେ । ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଦଳ ଏହି ଆଦେଶକୁ ଅମାନ୍ୟ କରନ୍ତି ତେବେ ଏହାକୁ ଅଦାଲତ ଅବମାନନା ରୂପେ ବିଚାର କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ସୁପ୍ରିମକୋର୍ଟ ଏକ ପ୍ରମୁଖ ମାମଲାର ବିଚାର କରିବା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅପରାଧ ରେକର୍ଡ ଥିବା ପ୍ରାର୍ଥୀଙ୍କ ତାଲିକା ସମ୍ପୃକ୍ତ ଦଳ ଖବର କାଗଜ, ୱେବ୍ସାଇଟ୍ ଓ ସୋସିଆଲ ମିଡିଆରେ ପ୍ରକାଶ କରିବା ବାଧ୍ୟତା ମୂଳକ ବୋଲି କହିଛନ୍ତି କୋର୍ଟ । କେବଳ ସେତିକି ନୁହେଁ ଯେଉଁ ଦଳ ଅପରାଧୀଙ୍କୁ ପ୍ରାର୍ଥୀ କରୁଥିବ ସେ ଦଳ ସ୍ପଷ୍ଟୀକରଣ ଦେବ ଯେ, କେଉଁ କାରଣ ପାଇଁ ଅପରାଧ ପୃଷ୍ଠଭୂମୀ ଥିବା ବ୍ୟକ୍ତିଙ୍କୁ ଟିକଟ ଦିଆଯାଇଛି । ଏଥିସହ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବାର ୭୨ ଘଂଟା ମଧ୍ୟରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଏନେଇ ଜଣାଇବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
BREAKING NEWS
- ହଠାତ ଆଇପିଏଲରୁ ଓହରିଗଲେ ବେନ ଡକେଟ, ହୋଇପାରେ କାର୍ଯ୍ୟାନୁଷ୍ଠାନ
- ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ୨.୦ର ଶହେ ଦିନିଆ କ୍ୟାମ୍ପେନ୍ର ଶୁଭାରମ୍ଭ
- ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ
- Electricity Prices: ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର, କୃଷି ପାଇଁ ମିଳିବ ନୂଆ ସୁବିଧା
- ଆଇପିଏଲ ୨୦୨୬ରୁ ଓହରିଲେ ବିବାଦୀୟ ୟଶ ଦୟାଲ
- ଗଭୀର ସମୁଦ୍ରରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ
- ବୌଦ୍ଧ ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ
- ଆଇପିଏଲ ୨୦୨୬: କେଉଁ ଦଳ ଚାମ୍ପିୟନ ହେବ ଭବିଷ୍ୟବାଣୀ କଲା ଏଆଇ
- ଟ୍ରକରୁ ଡେଇଁଲେ, ୧୭ କିଲୋମିଟର ଚାଲି ମାଲିକ ପାଖରେ ପହଞ୍ଚିଲେ
- ମହିଳାଙ୍କୁ ସଂରକ୍ଷଣ ସରକାରଙ୍କ ବଡ଼ ଯୋଜନା
Comments are closed.