ନୂଆଦିଲ୍ଲୀ: ଏଣିକି ୱେବ୍ସାଇଟ୍ରେ ଅପ୍ଲୋଡ୍ ହେବ ଅପରାଧୀ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ । ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତଥ୍ୟ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିବେ । ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଦଳ ଏହି ଆଦେଶକୁ ଅମାନ୍ୟ କରନ୍ତି ତେବେ ଏହାକୁ ଅଦାଲତ ଅବମାନନା ରୂପେ ବିଚାର କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ସୁପ୍ରିମକୋର୍ଟ ଏକ ପ୍ରମୁଖ ମାମଲାର ବିଚାର କରିବା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅପରାଧ ରେକର୍ଡ ଥିବା ପ୍ରାର୍ଥୀଙ୍କ ତାଲିକା ସମ୍ପୃକ୍ତ ଦଳ ଖବର କାଗଜ, ୱେବ୍ସାଇଟ୍ ଓ ସୋସିଆଲ ମିଡିଆରେ ପ୍ରକାଶ କରିବା ବାଧ୍ୟତା ମୂଳକ ବୋଲି କହିଛନ୍ତି କୋର୍ଟ । କେବଳ ସେତିକି ନୁହେଁ ଯେଉଁ ଦଳ ଅପରାଧୀଙ୍କୁ ପ୍ରାର୍ଥୀ କରୁଥିବ ସେ ଦଳ ସ୍ପଷ୍ଟୀକରଣ ଦେବ ଯେ, କେଉଁ କାରଣ ପାଇଁ ଅପରାଧ ପୃଷ୍ଠଭୂମୀ ଥିବା ବ୍ୟକ୍ତିଙ୍କୁ ଟିକଟ ଦିଆଯାଇଛି । ଏଥିସହ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବାର ୭୨ ଘଂଟା ମଧ୍ୟରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଏନେଇ ଜଣାଇବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
BREAKING NEWS
- ୧୪ରୁ କିଟରେ ଚେସ୍ ମହାକୁମ୍ଭ ଆରମ୍ଭ
- Ganja Smuggled: ପାଣି ବୋତଲଗାଡିରୁ ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ, ୨ ଗିରଫ
- Blood-Written Letter to President: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଅଧ୍ୟାପିକା
- Subhadra Money: ଜାନୁଆରୀ ୧୮ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା, ଏତିକି ଜଣ ପାଇବେ ପ୍ରଥମ କିସ୍ତି..
- କୋହଲି, ଧାୱନଙ୍କୁ ପଛରେ ପକାଇ ପାରନ୍ତି ଶ୍ରେୟାଶ
- Plus Two Exam: ଏଥର ଅନ୍ଲାଇନ୍ରେ ହେବ ଯୁକ୍ତ ଦୁଇ ଖାତା ଦେଖା, AI ଜଗିବ ପରୀକ୍ଷା ପ୍ରଶ୍ନପତ୍ର
- ମହିଳା କ୍ରିକେଟ: ମହାନ ଖେଳାଳି ଏଲିସା ହୀଲେଙ୍କ ଅବସର ଘୋଷଣା
- Chip Packet Toy Exploded: ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଖେଳଣା ହେଲା ବିସ୍ଫୋରଣ, ଆଉ ତା’ପରେ…
- Vande Bharat Sleeper Train: ଗଡିବ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍; ରହିବନି ୱେଟିଂ ଲିଷ୍ଟ କି RAC
- Jharsuguda Railway station: ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ରେଳ ଚଳାଚଳ ବ୍ୟାହତ
Comments are closed.