Latest Odisha News

ମାସ୍କ ନ ପିନ୍ଧିଲେ ଲକ୍ଷେ ଟଙ୍କା ତଣ୍ଡ ଗଣିବେ, କେଉଁଠି ଜାଣନ୍ତୁ ?

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ କଡ଼ା ଗଣ୍ଡା ଜରିମାନା ଗଣିବେ । ଶହେ କି ହଜାରେ ନୁହେଁ, ଏକାଥରରେ ପଡ଼ିବ ଲକ୍ଷେ ଟଙ୍କା ଫାଇନ୍ । ସେମିତି ହେଲେ ଲୋକ ସଚେତନ ହେବେ ଓ କୋଭିଡ୍ କଟକଣାକୁ ମାନିବେ । ମାସ୍କ ପିନ୍ଧିବେ । ଏଭଳି କଠୋର ନିୟମ ଆଣିଛନ୍ତି ଝାଡ଼ଖଣ୍ଡ ସରକାର ।

BjdElectrycity

ଏଥିପାଇଁ ସ୍ୱତନ୍ତ୍ର ଆଇନ ଆଣିବେ ହେମନ୍ତ ସୋରେନ ସରକାର । ଝାଡଖଣ୍ଡ ସଂକ୍ରାମକ ରୋଗ ଅଧ୍ୟାଦେଶ ଉପରେ ମାରିଛି ରାଜ୍ୟ କ୍ୟାବିନେଟ୍ । ଅଧ୍ୟାଦେଶ ଆଇନରେ ପରିଣତ ହେଲେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଲକ୍ଷେ ଟଙ୍କା ଜରିମାନା ସହ ଜେଲ ଦଣ୍ଡ ବ୍ୟବସ୍ଥା ବି ରହିବ ।

ବର୍ତ୍ତମାନ ଝାଡଖଣ୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୪୫୮ରେ ପହଞ୍ଚିଲାଣି । ଏଭଳି ସ୍ଥିତିରେ ଲୋକ ସାମାଜିକ ଦୂରତା ରକ୍ଷା କରୁ ନଥିବା ବେଳେ ମାସ୍କ ପିନ୍ଧୁ ନାହାନ୍ତି ।

Leave A Reply

Your email address will not be published.