Latest Odisha News

BREAKING NEWS

ଓଡ଼ିଶାର କେଉଁଠି ବି ସ୍ଥାପନ ହେବନି ହାଇକୋର୍ଟ ସ୍ଥାୟୀ ବେଞ୍ଚ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟର ସ୍ଥାୟୀ ବେଞ୍ଚ । ପଶ୍ଚିମ ଓଡ଼ିଶା ହେଉ କିମ୍ବୂା ଦକ୍ଷିଣ ଓଡ଼ିଶା କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯିବ ନାହିଁ । ଆଜି ଓକିଲ ଆନ୍ଦୋଳନକୁ ନେଇ ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି ।

ଏଥିସହ ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ସଂଗଠିତ ହିଂସାକୁ ନେଇ ରାଜ୍ୟ ପୋଲିସ ଡିଜିଙ୍କୁ କୋର୍ଟ ଭର୍ତ୍ସନା କରିଛନ୍ତି । କଡ଼ା ଟିପ୍ପଣୀ କରି ସୁ୍ପ୍ରିମକୋର୍ଟ କହିଛନ୍ତି, ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ଥିଲେ । ତଥାପି କିଭଳି ଭଙ୍ଗାରୁଜା ହେଲା । ଓଡ଼ିଶା ପୋଲିସ ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳ । ପୋଲିସ ଯଦି ନ ପାରୁଛି, ଆମକୁ କୁହନ୍ତୁ ପାରା ମିଲିଟାରୀ ଫୋର୍ସ ପଠାଇବୁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।

ଏଥିସହ ଆଇନ ଶୃଙ୍ଖଳା ରକ୍ଷା ପୋଲିସର କାର୍ଯ୍ୟ । ପୋଲିସ ଏଥିରେ ବିଫଳ ହୋଇଥିବା କୋର୍ଟ କହିଛନ୍ତି । ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଥିଲା । ଡିସେମ୍ବର ୬ରେ ଓକିଲଙ୍କ ଭଙ୍ଗାରୁଜା ପରେ ସବୁ ଆଶା ମଉଳି ଯାଇଛି । ଓଡ଼ିଶାର ଭୌଗଳିକ ସ୍ଥିତି ଓ ଜ୍ଞାନକୌଶଳର ଉପଲବ୍ଧତା ଆଧାରରେ ସୁପ୍ରିମକୋର୍ଟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ମନା କରି ଦେଇଛନ୍ତି ।

ଦୀର୍ଘ ଦିନ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଆନ୍ଦୋଳନ ଚାଲିଥିଲା । ଓକିଲ ଆନ୍ଦୋଳନ ଦମନ କରିବାକୁ ସୁପ୍ରିମକୋର୍ଟ ବାରମ୍ବାର ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ୬ରେ ଆନ୍ଦୋଳନରତ ଓକିଲ ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା କରିଥିଲା । ଯାହା ପରେ ପୋଲିସ ୧୭ ଜଣ ଓକିଲଙ୍କୁ ଗିରଫ କରିଥିଲା । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ୨୫ରୁ ଅଧିକ ଓକିଲଙ୍କ ଲାଇସେନ୍ସ ନିଲମ୍ବିତ କରିଥିଲେ ।

Leave A Reply

Your email address will not be published.