Latest Odisha News

ବଢିଲା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ; ମିଳିବନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ପାଇଁ ବଢିଲା ଅଡ଼ୁଆ ।  ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା। ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି ହାଇକୋର୍ଟ।  ଅନ୍ୟପକ୍ଷେ  ଜେରାବେଳେ  ଶ୍ରଦ୍ଧାଞ୍ଜଳି ଇଡିକୁ ସହଯୋଗ କରୁ ନ ଥିବା ମଧ୍ୟ ଇଡି କହିଛନ୍ତି ।

ଅର୍ଚ୍ଚନା ନାଗ ମାମଲାରେ ଇଡିରେ ୨ ଥର ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି। ହେଲେ ପୁଣି ଥରେ ହାଜର ହେବା ପାଇଁ  ଇଡି ସମନ କରିଥିଲେ  । କିନ୍ତୁ ଇଡିରେ  ହାଜର ହୋଇ ନ ଥିଲେ ଶ୍ରଦ୍ଧାଞ୍ଜଳି । ଅନ୍ୟପକ୍ଷେ ତଦନ୍ତରେ  ବି ସହଯୋଗ କରିବାକୁ ଚାହୁଁନାହାନ୍ତି ବୋଲି ଇଡି ପକ୍ଷରୁ ଅଭିଯେଗା ହୋଇଥିଲା ।

ଏ ଭିତରେ ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି । ଏହାର ଶୁଣାଣି କରି ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ମନା କରି ଦେଇଛନ୍ତି ହାଇକୋର୍ଟ । ଏହାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୭ ତାରିଖରେ ହେବ ବୋଲି କୁହାଯାଇଛି ।

ଅନ୍ୟପକ୍ଷେ ଆଜିଠୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବ ଇଡି । ଅର୍ଚ୍ଚନାଙ୍କୁ ୬ ଦିନ ଏବଂ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେଇ ଜେରା କରିବ ଇଡ଼ି । ତେବେ ପ୍ରଥମ ପର୍ଯ୍ୟାୟ ଭଳି ଅର୍ଚ୍ଚନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବେ। ଜଗବନ୍ଧୁଙ୍କୁ ଜେରା ବେଳେ ବି ତାଙ୍କ ଓକିଲ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.