Latest Odisha News

BREAKING NEWS

ଡାରୱିନ, ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣିତ କରିବାକୁ ଆମେ ଏଠାରେ ବସିନୁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଡାରୱିନଙ୍କ ଜୈବ ବିବର୍ତନ ଥିଓରୀ ଓ ଆଲବର୍ଟ ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣିତ କରିବା ପାଇଁ ଆମେ ଏଠାରେ ବସି ନାହୁଁ ବୋଲି ସୁପ୍ରିମକୋର୍ଟର ବିଚାରପତି ଏକ ମାମଲାର ଶୁଣାଣୀ କରି କହିଛନ୍ତି । ଡାରୱିନଙ୍କ ଥିଓରି ଓ ଆଇନଷ୍ଟାଇନଙ୍କ ତଥ୍ୟରେ ସୁଧାର ଆସିବା ଉଚିତ ବୋଲି ଦର୍ଶାଇ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାକୁ ଖାରଜ କରିବା ସହ ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କିଶାନ କୌଲ ଓ ସୁଧାଂଶୁ ଧୂଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ବୟାନ ଦେଇଛନ୍ତି । ଆବେଦନକାରୀ ଯଦି ଚାହିଁବେ ଏହି ସିଦ୍ଧାନ୍ତକୁ ଭୁଲ ବୋଲି ପ୍ରମାଣିତ କରିପାରିବେ ।

BjdElectrycity

ଆବେଦନକାରୀ କୋର୍ଟରେ କହିଥିଲେ ମୁଁ ପିଲାବେଳୁ ଯାହା ପଢ଼ି ଆସିଛି ତାହା ଭୁଲ ଏହାକୁ ଠିକ କରାଯିବା ଉଚିତ । ବିଚାରପତି କୌଲ ଏହାର ଜବାବରେ କହିଥିଲେ ଏହା ଭୁଲ ବୋଲି ତୁମେ ପ୍ରମାଣିତ କର । ଏଥିରେ ସୁପ୍ରିମକୋର୍ଟଙ୍କ କୌଣସି ଭୂମିକା ନାହିଁ । ତୁମେ ଜଣେ ବିଜ୍ଞାନ ଛାତ୍ର ଏହାର ସମାଧାନ ନିଜେ ବାହାର କର । ସେପରି ଧାରା ୩୨ ଅନୁଯାୟୀ ଏହି ପ୍ରସଙ୍ଗରେ ଆପଣଙ୍କ କୌଣସି ମୌଳିକ ଅଧିକାର ମଧ୍ୟ ଉଲ୍ଲଂଘନ ହୋଇ ନାହିଁ ।

Leave A Reply

Your email address will not be published.