ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଝଟକା । ମିଳିଲାନି ଜାମିନ । ଜାମିନ ଆବେଦନୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂପୃକ୍ତ ଦିଲ୍ଲୀର ପୂର୍ବତନ ଉପ ସିଏମ ମନୀଷ ସିସୋଦିଆଙ୍କ ମାମଲାର ବିଚାର କରି କୋର୍ଟ ତାଙ୍କୁ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ଏସବିଏନ ଭଟ୍ଟିଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
କୋର୍ଟ ଜାମିନ ଆବେଦନକୁ କୋର୍ଟ ଖାରଜ କରିବା ସହ ୬ରୁ ୮ମାସ ମଧ୍ୟରେ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଥିବା ମାମଲାଗୁଡ଼ିକରେ ଧାରା ୪୫ ଅନୁଯାୟୀ ଜାମିନ ପ୍ରଦାନ କରାଯାଇଛି ।
ସୂଚନାଥାଉ କି, ସୁପ୍ରିମକୋର୍ଟ ଅକ୍ଟୋବର ୧୭ ତାରିଖରେ ଏହି ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ । ଆଠ ମାସ ତଳେ ଅର୍ଥାତ ୨୦୨୩ ଫେବ୍ରୁଆାରୀ ୨୬ ତାରିଖରେ ସିବିଆଇ ସିସୋଦିଙ୍କୁ ଗିରଫ କରିଥିଲା । ସିସୋଦିଆଙ୍କ ଓକିଲ ତାଙ୍କ ଦଲିଲରେ କହିଥିଲେ, ସିସୋଦିଆଢ଼୍କର ଏହି ମାମଲାରେ ସିଧାସଳଖ ସମ୍ପର୍କ ଥିବାର କୌଣସି ସାକ୍ଷୀ ପ୍ରମାଣ ନାହିଁ ।
ଏଠି କହିରଖିବୁ, ପୂର୍ବରୁ ମଦ ନୀତି ସ୍କାମ୍ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପତ୍ତି ଗତ ଜୁଲାଇ ୭ ତାରିଖରେ ଆଟାଚ୍ କରିଥିଲା ଇଡି । ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ବି ଆଟାଚ୍ କରିଥିଲା । ସିସୋଦିଆ ଓ ତାଙ୍କ ପତ୍ନୀ ସୀମାଙ୍କ ୨ଟି ବିଲ୍ଡିଂ ଆଟାଚ ହୋଇଥିବା ବେଳେ ଉଭୟଙ୍କ ୧୧ ଲକ୍ଷର ବ୍ୟାଙ୍କ ଜମା ମଧ୍ୟ ସିଜ୍ କରାଯାଇଥିଲା ।
BREAKING NEWS
- President Visit Odisha: ରାଷ୍ଟ୍ରପତିଙ୍କ ଗସ୍ତକୁ ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
- Rath Yatra: ରଥଖଳାରେ ପହଞ୍ଚିଲା କାଠ, ମାଘ ପଞ୍ଚମୀରେ ଅନୁକୂଳ ହେବ ରଥକାଠ
- Maoists Killed: ମାଓ ସଂଗଠନକୁ ପୁଣି ବଡ଼ ଝଟକା: ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ
- Ganjam Group Clash: ଗଞ୍ଜାମ ପଥରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପରସ୍ପର ଉପରକୁ କଲେ ପଥର ମାଡ଼
- IND vs NZ: ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ
- Nandankanan Open: ସାଧାରଣତନ୍ତ୍ର ଦିବସରେ ଖୋଲା ରହିବ ନନ୍ଦନକାନନ
- ଦୁନିଆ ତୁଳନାରେ ଆମ ଦେଶର ପିଲା ହୋଇଯାଉଛନ୍ତି ଗେଡ଼ା, ସାମ୍ନାକୁ ଆସିଲା କାରଣ; ରିପୋର୍ଟରେ ବଡ଼ ଖୁିଲାସା
- ପୁଅର ବାହାଘର ପୂର୍ବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ବାପାର ଜୀବନ
- ବାହୁଦା ନଦୀରେ ବୁଡିଗଲେ ୨ ନାବାଳକ ଛାତ୍ର
- ଅପରେସନ୍ ଗୋ ରକ୍ଷକ: ଗୋ ମାଫିଆଙ୍କ ଆକାଉଣ୍ଟ ଓ ଲକର ହେଲା ଫ୍ରିଜ
Comments are closed.