Latest Odisha News

BREAKING NEWS

ପେଗାସସ୍‌ ମାମଲା; ଯଦି ରିପୋର୍ଟ ସତ ତେବେ ଅଭିଯୋଗ ଗମ୍ଭୀର; ସିଜେଆଇ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ଯାଞ୍ଚ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ ଯଦି ରିପୋର୍ଟ ସତ୍ୟ ତେବେ ଅଭିଯୋଗ ଗମ୍ଭୀର ଏବଂ ଏଥିରେ କୌଣସି ସନ୍ଦେହ ନାହିଁ।

ଏଥି ସହ କପିଲ ସିବଲ ଏହାକୁ ଗୁରୁତର ବୋଲି କହି ସିଜେଆଇକୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବାକୁ ନିବେଦନ କରିଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର କରିବେ।

ଉଲ୍ଲେଖ ଥାଉ କି, ପେଗାସସ୍ ସ୍ପାଏୱେର୍‌ ମାଧ୍ୟମରେ ଭାରତର ନେତା, ସାମ୍ବାଦିକ, ବିଚାରପତି, ଆଇନଜୀବୀ ଓ ସାମାଜିକ କର୍ମୀ ଆଦିଙ୍କ ବିରୋଧରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ହୋଇଛି। ପାଖାପାଖି ୩୦୦ ଭାରତୀୟଙ୍କ ଫୋନ୍‌ ହ୍ୟାକ୍‌ କରି ଏଭଳି କାର୍ଯ୍ୟ କରାଯାଉଥିବା କୁହାଯାଉଛି।

 

Leave A Reply

Your email address will not be published.