Latest Odisha News

BREAKING NEWS

ଜମ୍ମୁ-କଶ୍ମୀରରେ ବଡ ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ: ରିପୋର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଭାରତର ଜମ୍ମୁ-କଶ୍ମୀରରେ ବଡ ଧରଣର ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି । ଗୋଇନ୍ଦା ବିଭାଗ ରିପୋର୍ଟ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ପାକିସ୍ତାନ ଏବଂ ଆଇଏସଆଇ ଏଥିନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛନ୍ତି । ନିକଟରେ ରାୱଲପିଣ୍ଡିରେ ଲଶ୍ମର-ଇ-ତୋଇବା ଆତଙ୍କବାଦୀ ଜାକି-ଉର-ରହେମାନଙ୍କ ଘରେ ଏଥିନେଇ ବୈଠକ ବସିଥିଲା ।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେମାନେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ନୌଶେରା ଓ ଚାମ୍ବ ସେକ୍ଟର ମାଧ୍ୟମରେ ସେମାନେ ଭାରତରେ ପଶିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ରିପୋର୍ଟ ମୁତାବକ ୨୨ଜଣ ଆତଙ୍କବାଦୀ ଭାରତରେ ପସିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.