Latest Odisha News

BREAKING NEWS

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା, ନଦେଲେ ଜେଲ୍

ନୂଆଦିଲ୍ଲୀ: ଅଦାଲତ ଅବମାମନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଦଣ୍ଡ ବିଧାନ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ୧ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପ୍ଟେମ୍ବର ୧୫ ତାରିଖ ଭିତରେ ଜରିମାନା ଅର୍ଥ ଦେବେ । ନଚେତ ୩ ମାସ ଜେଲ ଦଣ୍ଡ ଭୋଗିବେ । ୩ ବର୍ଷ ଯାଏ ଓକିଲାତି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଜଷ୍ଟିସ ଅରୁଣା ମିଶ୍ରଙ୍କ ଅଧ୍ୟତାରେ ଜଷ୍ଟିସ ବି. ଆର୍. ଗଭାଇ ଓ ଜଷ୍ଟିସ କ୍ରିଷ୍ଣ ମୂରାରୀଙ୍କ ତିନି ଜଣିଆ ଖଣ୍ଡପୀଠ ଅଦାଲତ ଅବମାମନା ମାମଲାର ଶୁଣାଣି କରିଥିଲେ । କୋର୍ଟ କହିଛନ୍ତି, ସମସ୍ତଙ୍କର ବାକ୍ ସ୍ୱାଧୀନତା ରହିଛି । ଏଥିରେ ଅଙ୍କୁଶ ଲଗାଯାଇ ପାରିବ ନାହିଁ । କିନ୍ତୁ ଅନ୍ୟ କାହାର ଅଧିକାର ପ୍ରତି ସମ୍ମାନ ରହିବା ଆବଶ୍ୟକ ।

Leave A Reply

Your email address will not be published.