Latest Odisha News

BREAKING NEWS

ଏହିପରି ଭାବେ ନିଅନ୍ତୁ ଆଖିର ଯତ୍ନ…

ଭୁବନେଶ୍ୱର: ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଆଖି । ଏହା ମନୁଷ୍ୟ ପାଇଁ ଖୁବ୍ ମୂଲ୍ୟବାନ ମଧ୍ୟ । ଏହା ଏତେ ସୂକ୍ଷ୍ମ ଯେ ଠିକ ଭାବରେ ଯତ୍ନ ନ ନେଲେ ଆମକୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ଯଦି ଆପଣ ଆଖି ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହିଭଳି କିଛି ଟିପ୍ସ୍‌…

ଆଖିରେ ବାରମ୍ବାର ହାତ ମାରନ୍ତୁ ନାହିଁ:- ଅନେକ ସମୟରେ ଧୂଳି ସଂପର୍ଶରେ ଆସି ଆଖି ଜଳିବା, ଲାଲ୍ ପଡିବା, କୁଣ୍ଡେଇ ହେବା, ଧୂଆଁଳିଆ ଦେଖାଯିବା ଏବଂ ଆଖିରୁ ବେଳେ ପାଣି ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ । ଏଭଳି ସମସ୍ୟା ହେଉଥିଲେ ନିୟମିତ ରୂପେ ଆଖିକୁ ପ୍ରତିଦିନ ୩-୪ ଥର ଥଣ୍ଡା ପାଣିରେ ଧୁଅନ୍ତୁ ।

ଇଲେକ୍ଟ୍ରୋନିକ୍ସ ଗାଜେଟ୍ ଅଧିକ ସମୟ ଦେଖନ୍ତୁ ନାହିଁ:- କମ୍ପ୍ୟୁଟର, ମୋବାଇଲ ଫୋନ୍ କିମ୍ବା ବହି ପଢିବା ବେଳେ ଅବିରତ ଦେଖନ୍ତୁ ନାହିଁ । ମଝିରେ ମଝିରେ ଆଖିକୁ ଟିକେ ବିଶ୍ରାମ ଦିଅନ୍ତୁ । ଏପରିକି ଆପଣ ଚାହିଁଲେ କିଛିଟା ଆଖି ସମ୍ବନ୍ଧୀୟ ବ୍ୟାୟମ ମଧ୍ୟ କରିପାରିବେ ।

 

ଯତ୍ନର ସହ ଆଖିର ମେକଅପ୍‌ କରନ୍ତୁ:- କେହି କେହି ଆଖିର ମେକଅପ୍ କରିବାକୁ ଭଲ ପାଇଥାନ୍ତି । ଯଦି ଆପଣବି ଆଖିରେ ମେକଅପ୍ କରୁଛନ୍ତି ତାହେଲେ ସାବଧାନତା ଅବଲମ୍ବନ କରନ୍ତୁ । ଆଖିରେ କଳା କିମ୍ବା ଆଇଲାଇନର ଲଗାଉଥିଲେ, ଧ୍ୟାନ୍ ରଖନ୍ତୁ ଯେପରି ଏହା ଲେଶ୍ ଲାଇନର ଅତି ନିକଟରେ ଲାଗୁନଥିବ ।

ସୁନିଦ୍ରା:- ଆଖି ପାଇଁ ଜରୁରୀ ହୋଇଥାଏ ସୁନିଦ୍ରା । ଦୈନନ୍ଦିନ ଜୀବନରେ ଦୌଡା ଦୌଡି ମଧ୍ୟରେ ଶରୀର ସହିତ ଆଖିକୁ ମଧ୍ୟ ଆରାମ ଦରକାର ପଡିଥାଏ । ଏଥିପାଇଁ ଦୈନିକ ପାଖାପାଖି ୮ ଘଣ୍ଟାର ସୁନିଦ୍ରା ଗହଣ କରନ୍ତୁ, ଫଳରେ ଆଖି ତଳେ କଳା ଦାଗ ପଡିବ ନାହିଁ ଏବଂ ଆଖି ସୁସ୍ଥ ରହିବ ।

Leave A Reply

Your email address will not be published.