Latest Odisha News

BREAKING NEWS

ଦୀପାବଳୀ ପୂର୍ବରୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ଦିଲ୍ଲୀ ଏନସିଆର ଅଞ୍ଚଳରେ ଜାରି ରହିବ ବାଣଫୁଟା କଟକଣା

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ  । ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ବି ଜାରି ରହିବ ବାଣଫୁଟା କଟକଣା  । ଦିଲ୍ଲୀ ଏନସିଆର ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ କେବଳ ସବୁଜ ବାଣି ଫୁଟାକୁ ଅନୁମତି ଦିଆଯିବ  । ୨୦୧୮ ମସିହାରେ  ସୁପ୍ରିମକୋର୍ଟ ସାରା ଦେଶରେ ବାଣଫୁଟାକୁ ବ୍ୟାନ୍‌ କରିଥିଲେ । ବାଣ ତିଆରିରେ ବାରିୟମ କେମିକାଲ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଲଡି ଭଳି ଜଏଣ୍ଟ୍‌ ବାଣ ତିଆରି ଏବଂ ବ୍ୟବହାର ପାଇଁ ଅନୁମତି ମିଳିବ ନାହିଁ । ସାରା ଦେଶର ଏଜେନ୍ସିଗୁଡିକ ସୁପ୍ରିମ୍ କୋର୍ଟଙ୍କ ଆଦେଶ ପାଳନ କରିବାକୁ କୋର୍ଟ କହିଛନ୍ତି।  ଯଦି କେହି ବାଣ ଫୁଟାଇବାକୁ ଚାହିଁବେ , ତେବେ ସେହିଭଳି ରାଜ୍ୟକୁ ଯିବା ଦରକାର , ଯେଉଁଠି ବାଣକୁ ନେଇ କିଛି ପ୍ରତିବନ୍ଧକ ନାହିଁ। ଯେଉଁ ସ୍ଥାନରେ ପ୍ରଦୂଷଣ ସ୍ତର କମ୍ ରହିଛି, ସେଠାରେ ସବୁଜ ବାଣ ଫୁଟାଇବାକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ  ।

Leave A Reply

Your email address will not be published.