Latest Odisha News

BREAKING NEWS

 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବଡ ଝଟକା, ଖାରଜ ହେଲା ଅନ୍ତରୀଣ ଜାମିନ ବୃଦ୍ଧି ଆବେଦନ

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି, ଜୁନ୍ ୨ରେ ପୁଣି ଯିବେ ଜେଲ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ବୃଦ୍ଧି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ କୌଣସି ବି ଶୁଣାଣି କରିବାକୁ ସିଧା ସିଧା ମନା କରିଦେଇଛନ୍ତି ବିଚାରପତି ।

ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସାତ ଦିନ ବୃଦ୍ଧି କରିବାକୁ ଚାହୁଁଥିଲେ । ଯାହା ଜୁନ୍ ୧ରେ ସମାପ୍ତ ହେବାକୁ ଯାଉଛି । ସୁପ୍ରିମକୋର୍ଟ ଗତକାଲି କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି ପାଇଁ ଆବେଦନ ଶୁଣାଣିକୁ ଖାରଜ କରିଛନ୍ତି । ଏହା ସହିତ ଜୁନ୍ ୨ରେ ହାଜର ହେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ କେଜ୍ରିଓ୍ବାଲ । ମେ ୧୦ ରେ ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନ ପ୍ରଚାର ପାଇଁ କେଜ୍ରିଓ୍ବାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଅନୁମୋଦନ କରିଥିଲେ ।  ମାର୍ଚ୍ଚ ୨୧ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ନିର୍ଦ୍ଦିଷ୍ଟ ସମୟ ପାଇଁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କେଜ୍ରିଓ୍ବାଲଙ୍କ ଓକିଲ କିଛି ଡାକ୍ତରୀ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଜାମିନ ସମୟ ବୃଦ୍ଧି କରିବା ପାଇଁ କୋର୍ଟକୁ ଅନୁରୋଧ କରିଥିଲେ ।  ଏହାକୁ ନେଇ ସେ କହିଛନ୍ତି, ଏହା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମାମଲା । ମୋତେ କେବଳ ଆଉ ସାତ ଦିନ ଅଧିକ ସମୟ ଆବଶ୍ୟକ। ଯାହାର ଉତ୍ତରରେ ସୁପ୍ରିମକୋର୍ଟ ଶୁଣାଣି କରିବେ ନାହଁ ବୋଲି କହିଛନ୍ତି ।  ଗତ ମାସରେ ଲୋକସଭା ନିର୍ବାଚନ ପ୍ରଚାର କରିବା ପାଇଁ କୋର୍ଟ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ଏବଂ ମତଦାନର ଶେଷ ପର୍ଯ୍ୟାୟର ଗୋଟିଏ ଦିନ ପରେ ଅର୍ଥାତ୍ ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର କେଜ୍ରିଓ୍ବାଲଙ୍କ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ପାଇଁ ଟ୍ରାଏଲ କୋର୍ଟ ସ୍ଥାନାନ୍ତର କରିବାକୁ ଅନୁମତି ଦିଆଯାଇଛି । ତେଣୁ ଏହି ଆବେଦନ “ଗ୍ରହଣ ଯୋଗ୍ୟ ନୁହେଁ”।

Comments are closed.