Latest Odisha News

BREAKING NEWS

ଦିଲ୍ଲୀ ଏନସିଆର ର‌୍ୟାପିଡ ରେଲ ପ୍ରୋଜେକ୍ଟ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ରେଲ ପ୍ରୋଜେକ୍ଟ ନେଇ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ଭର୍ତ୍ସନା କରିଛି । ଏହି ପ୍ରୋଜେକ୍ଟ ପାଇଁ ଅର୍ଥର ଅଭାବ ରହିଛି ବୋଲି ଦିଲ୍ଲୀ ସରକାର ପକ୍ଷରୁ କୁହାଯାଇଥିଲା । ସୁପ୍ରିମକୋର୍ଟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜ୍ଞାପନ ବାବଦକୁ ଅର୍ଥ ରହିଛି, ଅଥଚ କିନ୍ତୁ ପ୍ରୋଜେକ୍ଟ ପାଇଁ ନାହିଁ । ଏଥିସହ ସୁପ୍ରିମକୋର୍ଟ ତିନି ବର୍ଷର ବଜେଟ ବିବରଣୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଜ୍ଞାପନ ବାବଦକୁ କେତେ ଖର୍ଚ୍ଚ କରାଯାଇଛି ତାର ହିସାବ ଦେବାକୁ ମଧ୍ୟ କୁହାଯାଇଛି । ବିଜ୍ଞାପନ ବାବଦ ଅର୍ଥକୁ ଏହି ପ୍ରୋଜେକ୍ଟ ପାଇଁ ଡାଇଭର୍ଟ କରିଥିଲେ କଣ ଅସୁବିଧା ହୋଇଥାନ୍ତା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଯେଉଁ ମାଧ୍ୟମରେ ସାଧାରଣ ଜନତା ଉପକୃତ ହେବେ ସେଥିପ୍ରତି ଆଖି ମୁଜିଦେଲେ ଚଳିହେବ ନାହିଁ ।

ସୂଚନାଯୋଗ୍ୟ, ଦିଲ୍ଲୀ-ମେରଠ ରିଜିଓନାଲରେ ଏକ ସେମି ହାଇସ୍ପିଡ ରେଲ କରିଡର ପ୍ରସ୍ତୁତ କରାଯାଉଛି । ଏହାର ନିର୍ମାଣ କାର୍ଯ୍ୟ ଜୋର ସୋରରେ ଏବେ ଚାଲିଛି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆପର ଅଡୁଆ ବୋଲି ଅନୁମାନ କରାଯାଉଛି । ବିଚାରପତି ଏସକେ କୌଲ ଓ ସୁଧାଂଶୁ ଧୂଲିୟାଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଏହି ଶୁଣାଣୀ କରିଛନ୍ତି ।

Leave A Reply

Your email address will not be published.