ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା । ଦିଲ୍ଲୀ ଏନସିଆରରେ ଦୁଷ୍କର୍ମ ମାମଲା ପୋଲିସ ଓ ପ୍ରଶାସନର ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି । ଦିଲ୍ଲୀ ଏନସିଆରରେ ଘଟିଥିବା ଦୁଷ୍କର୍ମର ସାମ୍ପ୍ରତିକ ଘଟଣାଗୁଡିକ ଉପରେ ସ୍ୱତଃପ୍ରବୃତ ଭାବେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଜେ.ବି ପାର୍ଡିବାଲା ଓ ଜଷ୍ଟିସ କେ. ବିିନୋଦ ଚନ୍ଦ୍ରନଙ୍କ ଗଠିତ ଖଣ୍ଡପୀଠ ବିଚାର କରିଛନ୍ତି । ଦିଲ୍ଲୀରେ ବାରମ୍ବାର ଘଟୁଥିବା ଏପରି ଘଟଣା ସେମାନଙ୍କୁ ବ୍ୟଥିତ କରିଛିା ଏଥିପାଇଁ ଉତର ଦାୟିତ୍ୱ ନିର୍ଦ୍ଧାରଣ କରିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି । ଦିଲ୍ଲୀ ସ୍ୱରୂପ ନଗରରେ ଜଣେ କିଶୋରୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସହ ଗ୍ରେଟର ନୋଏଡାରୁ ଦିଲ୍ଲୀ ବସରେ ଯାଉଥିବା ଜଣେ ନାବାଳିକାଙ୍କୁ ଯୌନ ଶୋଷଣ ଘଟଣାକୁ ନେଇ ଅସନ୍ତୋଶ ବ୍ୟକ୍ତ କରିବା ସହ ୨୦୧୨ରେ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ମନେ ପକାଇଥିଲେ ବିଚାରପତି । ନିର୍ଭୟା ମାମଲା ପରଠାରୁ ସୁବ୍ୟବସ୍ଥିତ ଆଇନ କାର୍ଯ୍ୟକାରୀ ବ୍ୟବସ୍ଥା କୌଣସି ଅର୍ଥପୂର୍ଣ୍ଣ ଅଗ୍ରଗତି ହାସଲ କରିଛି କି ନାହିଁ , ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାସ୍ତାଘାଟ, ପାର୍କ ବସ୍ଷ୍ଟାଣ୍ଡ, ମେଟ୍ରୋଷ୍ଟେସନ, ଫୁଟପାଥ୍ ଭଳି ସାର୍ବଜନୀନ ସ୍ଥାନ ଗୁଡିକରେ ଆଲୋକ ବ୍ୟବସ୍ଥା ନାହିଁ, ଦୁର୍ବଳ ପାଟ୍ରୋଲିଂ ଓ ଅନ୍ୟାନ୍ୟ ପ୍ରଶାସନିକ ତ୍ରୁଟି ଯୋଗୁ ବିପଦ ବଢୁଛି । କେବଳ ସମବେଦନା ଜଣାଇଲେ ସମସ୍ୟାର ସମାଧାନ ହେବନି ବରଂ ଦୃଢ ପଦକ୍ଷେପ ନେବା ଜରୁରୀ ବୋଲି କୋର୍ଟ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ତେଣୁ ଘଟଣା ପରେ କାର୍ଯ୍ୟାନୁଷ୍ଠାନ ନୁହେଁ ଅପରାଧ ରୋକିବାକୁ ପ୍ରଶାସନ ପୋଲିସ ସଜାଗ ହେବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
BREAKING NEWS
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା

Comments are closed.