Latest Odisha News

ସୁପ୍ରିମକୋର୍ଟରେ ଆଜି ହାଥରସ ଗଣଦୁଷ୍କର୍ମ ପିଟିସନ ଉପରେ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଦାୟର ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲର ତଦନ୍ତକୁ ନେଇ ଦାୟର ହୋଇଥିଲା ପିଟିସନ୍ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟରେ କାର୍ୟ୍ୟରତ କିମ୍ୱା ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି ତଦନ୍ତ ପାଇଁ ଅପିଲ କରାଯାଇଛି । ପ୍ରଧାନ ବିଚାରପତି ଏସ. ଏ. ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହାର ଶୁଣାଣି କରିବେ ।
Hathras Victim's funeral
ଆବେଦନକାରୀ ଦର୍ଶାଇଛନ୍ତି, ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିବାରୁ ପରିବାର ଲୋକଙ୍କୁ ବଞ୍ଚିତ କରାଯାଇଛି । ହନ୍ଦୁ ରୀତିନୀତି ଅନୁସାରେ ଆତ୍ମୀୟ ମୁଖାଗ୍ନି ଦେବାର ପରମ୍ପରା ରହିଛି । କିନ୍ତୁ ହାଥରସ ପୀଡ଼ିତାଙ୍କ ଶେଷକୃତ୍ୟରେ ତାଙ୍କ ବାପା-ମାଆ କିମ୍ବା ଭାଇଙ୍କୁ ବି ସାମିଲ କରାଗଲା ନାହିଁ ।

ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି, ମାମଲାରେ ଉତ୍ତରପ୍ରଦେଶ ଏଡିସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସପିଙ୍କ ଭୂମିକାର ଯାଞ୍ଚ ହେବା ଆବଶ୍ୟକ । ପିଟିସନରେ ଉତ୍ତରପ୍ରଦେଶ ସରକାର, ପୋଲିସ ଡିଜି, ଆଇନଶୃଙ୍ଖଳା ଏଡିଜି, ହାଥରସ ଜିଲ୍ଲାପାଳ, ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Leave A Reply

Your email address will not be published.