Latest Odisha News

BREAKING NEWS

ପେଗାସସ୍‌ ମାମଲା; ଆସନ୍ତାକାଲି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ଏହାର ନିଷ୍ପତ୍ତି ଶୁଣାଇବେ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୧୩ ରେ ପ୍ରଧାନ ବିଚାରପତି ଏନ.ଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଏହି ମାମଲାରେ ନିଜର ରାୟ ସଂରକ୍ଷଣ କରି କହିଛିନ୍ତି ଯେ ନାଗରିକଙ୍କ ଗୁଇନ୍ଦାଗିରି ଅଭିଯୋଗରେ କେନ୍ଦ୍ର ପେଗାସସ ସଫ୍ଟୱେୟାରକୁ ବେଆଇନ ଭାବେ ବ୍ୟବହାର କରିଛି କି ନାହିଁ ତାହା ଜାଣିବାକୁ ଚାହୁଁଛି।

ଚଳିତ ବର୍ଷ ଜୁଲାଇରେ ଇସ୍ରାଏଲ୍ କମ୍ପାନୀ NSO ର ପେଗାସସ୍ ସଫ୍ଟୱେର୍ ଭାରତରେ ୩୦୦ ରୁ ଅଧିକ ସେଲିବ୍ରିଟିଙ୍କ ଫୋନ୍ ହ୍ୟାକ୍ କରିଥିବା ଅଭିଯୋଗ ହୋଇଥିଲା। ଯେଉଁମାନଙ୍କ ଫୋନରେ ଟ୍ୟାପ୍ କରାଯାଇଥିଲା, ସେମାନଙ୍କ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରହ୍ଲାଦ ସିଂ ପଟେଲ, ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲବାସା ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ସାମିଲ ଥିଲେ।

 

Comments are closed.