Latest Odisha News

BREAKING NEWS

ମୋଦୀଙ୍କ ସୁନା ପ୍ରତିମୂର୍ତ୍ତିକୁ ବିକ୍ରି କରିବେନି ବ୍ୟବସାୟୀ

ସୁରଟ:  ସୁନାରେ ମୋଦି । ଦେଖିବାକୁ ଯେମିତି ସୁନ୍ଦର, ସେମିତି ମୂଲ୍ୟବାନ । ୧୮ କ୍ୟାରେଟ୍ ସୁନାରେ ତିଆରି ମୋଦିଙ୍କ ପ୍ରତିମୂର୍ତ୍ତି ଯାହାର ଓଜନ ରହିଛି ୧୫୬ ଗ୍ରାମ  । ଗୁଜରାଟ ସୁରଟରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି । ୩ ଇଞ୍ଚ୍ ଚଉଡ଼ା, ସାଢ଼େ ୪ ଇଞ୍ଚ୍ ଲମ୍ବ ଏହି ପ୍ରତିମୂର୍ତ୍ତିକୁ ତିଆରି କରିବା ପାଇଁ ୨୦ ରୁ ୨୫ ଜଣିଆ ଟିମକୁ ପ୍ରାୟ ୩ ମାସ ସମୟ ଲାଗିଥିଲା ।

ପ୍ରତିମୂର୍ତ୍ତିଟି ଅବିକଳ ମୋଦିଙ୍କ ଭଳି ଦେଖାଯାଉଛି । ଆଖି, ନାକ, କାନ ଏମିତିକି ମୋଦିଙ୍କ ଚଷମା ଓ ଦାଢ଼ିକୁ ବି ଅବିକଳ କରିଛନ୍ତି ୧୫ଜଣ କାରିଗର । ଏହି ମୂର୍ତ୍ତିର ଦାମ ରହିଛି ପ୍ରାୟ ୧୧ ଲକ୍ଷ ଟଙ୍କା । ମୋଦୀଙ୍କ ପ୍ରତିମୂର୍ତ୍ତିକୁ କିଣିବାକୁ ଅନେକ ଲୋକ ଆଗ୍ରହ ଦେଖାଉଥିବା ବେଳେ, ଏହାର ମାଲିକ ବିକ୍ରି କରିବାକୁ ଏଯାଏ କୈାଣସି ନିଷ୍ପତ୍ତି ନେଇ ନାହାଁନ୍ତି।

ବୋହରା କହିଛନ୍ତି, “ମୁଁ ନରେନ୍ଦ୍ର ମୋଦୀଙ୍କର ଜଣେ ପ୍ରଶଂସକ ଏବଂ ତାଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି। ଏହି ପ୍ରତିମୂର୍ତ୍ତି ତିଆରି କରିବାକୁ ପ୍ରାୟ ତିନିମାସ ସମୟ ନେଇଥିଲେ । ଶେଷ ଫଳାଫଳରେ ମୁଁ ସନ୍ତୁଷ୍ଟ  ।  ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସୁନା ପ୍ରତିମୂର୍ତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments are closed.