Latest Odisha News

BREAKING NEWS

ସୁରେଶ ରାଇନା, ଗୁରୁ ରାନ୍ଧୱାଙ୍କ ସମେତ ୩୪ ଜଣଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ମୁମ୍ବାଇରେ କୋଭିଡ -୧୯ କଟକଣାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି, ଏହାର ଉଲ୍ଲଂଘନ କରିଥିବାରୁ ମୁମ୍ବାଇ ପୋଲିସ ଏକ ନାଇଟ୍ କ୍ଲବ ଉପରେ ଆକ୍ରମଣ କରି ୩୪ ଜଣଙ୍କୁ ଗିରଫ କରିଛି। ଏଥିମଧ୍ୟରେ ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜାନ ଖାନ ଏବଂ ଗାୟକ ଗୁରୁ ରାନ୍ଧୱା ମଧ୍ୟ ଅଛନ୍ତି। ପରେ ତାଙ୍କୁ ଜାମିନ‌ ମିଳିଥିଲା।

ରିପୋର୍ଟ ଅନୁଯାୟୀ ମଙ୍ଗଳବାର ସକାଳ ପ୍ରାୟ ୩ଟା ସମୟରେ ମୁମ୍ବାଇର ସାହାର ପୋଲିସ ବିମାନବନ୍ଦର ନିକଟରେ ଥିବା ଡ୍ରାଗନ୍ ଫ୍ଲାଏ କ୍ଲବ ଉପରେ ଚଢାଉ କରିଥିଲା। ଏହି ଆକ୍ରମଣରେ କ୍ଲବରେ ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା କର୍ଫ୍ୟୁ ଉଲ୍ଲଂଘନ କରାଯାଉଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ସୁଜନ ଖାନ, ଗୁରୁ ରାନ୍ଧୱା ଏବଂ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମେତ ୩୪ ଜଣ ସେଲିବ୍ରିଟିଙ୍କୁ ଗିରଫ କରିଛି। ୩୪ ଜଣଙ୍କ ମଧ୍ୟରୁ ୧୯ ଜଣ ଦିଲ୍ଲୀ ଏବଂ ପଞ୍ଜାବର ଥିଲେ ବାକିମାନେ ସାଉଥ୍‌ ମୁମ୍ବାଇର ଥିଲେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.