Latest Odisha News

ଜାନୁଆରୀରେ ମହାରାଷ୍ଟ୍ରରେ ଓମିକ୍ରନ୍ ଲହର !

ମହାରାଷ୍ଟ୍ର: ଦେଶରେ ଓମିକ୍ରନ୍ ମାଡୁଛି । ମହାରାଷ୍ଟ୍ରରେ ବଢୁଛି ନୂଆ ଭାରିଆଣ୍ଟ ଜନିତ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪ ଜଣ ପଜିଟିଭ୍ ବାହାରିଥିଲେ । ଦେଶରେ ବର୍ତ୍ତମାନ ସୁଦ୍ଧା ୭୩ ପଜିଟିଭି ବାହାରିଥିବା ବେଳେ ମହାରାଷ୍ଟ୍ରରେ କେବଳ ଏହି ସଂଖ୍ୟା ୩୨ । ବିଶେଷଜ୍ଞ ଆଶଙ୍କା କରୁଛନ୍ତି ମହାରାଷ୍ଟ୍ରରେ ଆଗକୁ ଆହୁରି ବଢ଼ିବ । ଜାନୁଆରୀରେ ମହାରାଷ୍ଟ୍ରରେ ଓମିକ୍ରନ ଲହରି ଆସିବ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ବ୍ୟାସ କହିଛନ୍ତି, ଜାନୁଆରୀରେ ମହାରାଷ୍ଟ୍ରରେ ଓମିକ୍ରନ ଲହର ଆସିପାରେ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ତଥ୍ୟ ଉପସ୍ଥାପନ ବେଳେ କ୍ୟାବିନେଟକୁ ସେ ଅବଗତ କରାଇଛନ୍ତି ।

କାରଣ ନୂଆ ଭାରିଆଣ୍ଟ ଯୋଗୁ ସଂକ୍ରମଣ ଦ୍ରୁତ ବ୍ୟାପୁଛି । କେବଳ ଯେ ବଡ଼ ବଡ଼ ସହରରୁ ଓମିକ୍ରନ ସଂକ୍ରମିତ ବାହାରୁଛନ୍ତି ତାନୁହେଁ, ଛୋଟ ଛୋଟ ସହରରୁ ବି ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ । ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଥିବାରୁ ମୁମ୍ବାଇରେ ଚଳିତମାସ ଶେଷ ଯାଏ ଧାରା ୧୪୪ ଲାଗୁ ହୋଇଛି ।

ବଡ଼ ବଡ଼ କାର୍ୟ୍ୟକ୍ରମ ଆୟୋଜନ ଉପରେ ଲାଗିଛି କଟକଣା । ହଲ୍ କ୍ଷମତାର ୫୦ ପ୍ରତିଶତ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

Comments are closed.