Latest Odisha News

BREAKING NEWS

କରୋନା ବିସ୍ତାରକୁ ରୋକିବାରେ କପଡା ଅପେକ୍ଷା ସର୍ଜିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ

ନ୍ୟୁୟର୍କ: କରୋନା ବିସ୍ତାରକୁ ରୋକିବାରେ କପଡା ଅପେକ୍ଷା ସର୍ଜିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ। କପଡ଼ାରେ ତିଆରି ମାସ୍କ ଅପେକ୍ଷା ସର୍ଜିକାଲ୍ ମାସ୍କର ବ୍ୟାପକ ପରିଧାନ କରୋନାଭାଇରସ୍ ବିସ୍ତାରକୁ ସୀମିତ କରିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।

ଆମେରିକାର ୟେଲ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ବାଂଲାଦେଶର ୬୦୦ ଟି ଗାଁରେ ୩୪୦,୦୦୦ ରୁ ଅଧିକ ବୟସ୍କଙ୍କୁ ନେଇ ଏକ ପରୀକ୍ଷା କରିଥିଲେ। ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ମାସ୍କ ପିନ୍ଧିବା ଲକ୍ଷଣାତ୍ମକ କୋଭିଡ୍‌-୧୯ର ପ୍ରସାର ଉପରେ ସୀମିତ ପ୍ରଭାବ ପକାଇପାରେ। ବିଶେଷ କରି କପଡା ମାସ୍କ ଅପେକ୍ଷା ସର୍ଜିକାଲ ମାସ୍କ କରୋନାର ବିସ୍ତାରକୁ ରୋକିବାରେ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।

ମାସ୍କ ପିନ୍ଧୁଥିବା ବ୍ୟକ୍ତିମାନଙ୍କଠାରେ ଲକ୍ଷଣାତ୍ମକ କୋଭିଡ୍‌-୧୯ ସେରୋପ୍ରେଭାଲେନ୍ସରେ ୯.୩ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା।

ଅବଶ୍ୟ ବିଶେଷଜ୍ଞ ଦଳ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛି ଯେ ଏହାର ଅର୍ଥ ନୁହେଁ ଯେ ମାସ୍କଗୁଡ଼ିକ କେବଳ ୯.୩ ପ୍ରତିଶତ ପ୍ରଭାବଶାଳୀ।

Comments are closed.