Latest Odisha News

ରେଙ୍ଗାଲିରୁ ଜବତ ଲିଟରଲିଟର ଦେଶୀ ମଦ, ୩ ଗିରଫ

ବଲାଙ୍ଗୀର: ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁରୁ ଜବତ ହୋଇଛି ୧୧୦ ଲିଟର ଦେଶୀ ରନ୍ଧା ମଦ । ଅବକାରୀ ବିଭାଗର ଚଢାଉରେ ଦେଶୀ ମଦ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଦେଶୀ ମଦ ବିଷୟରେ ଖବର ପାଇ ଅବକାରୀ ବିଭାଗର ବଲାଙ୍ଗୀର ମୋବାଇଲ ଟିମ୍‌, ସଦର ପାଟଣାଗଡ ଟିମ୍‌, ଲୋଇସିଂହା ଓ ତୁଷୁରା ଟିମ୍ ମିଳିତ ଭାବେ ରେଙ୍ଗାଲି ଗାଁରେ ଚଢାଉ କରିଥିଲେ । ଅବକାରୀ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ଚଢାଉରେ ମୁକ୍ତିଶ୍ୱର ନାୟକ, ରାଜେନ୍ଦ୍ର ହରିପାଲ ଓ ଥବୀର ବିଭୋର ନାମକ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅବକାରୀ ବିଭାଗର ବାରମ୍ବାର ଚଢାଉ ସତ୍ତ୍ୱେ ରେଙ୍ଗାଲୀରେ ଦେଶ ମଦ ରନ୍ଧାକୁ ଲୋକେ କୁଟୀର ଶୀାଳ୍ପରେ ପରିଣତ କରିଥିବା ଅଭିଯୋଗ ହୋଇଛି । ଖାସ କରି କରୋନା ମହାମାରୀ ପରେ ଦେଶୀ ମଦ କାରବାର ଅହେତୁକ ଭାବେ ବଢିଥିବା ସୂଚନା ମିଳିଛି ।

Leave A Reply

Your email address will not be published.