Latest Odisha News

ଭେଣ୍ଡି ମଣିଷର କ୍ୟାନସର ସେଲ ବୃଦ୍ଧିକୁ ରୋକିଥାଏ !

ଭୁବନେଶ୍ବର:ଏବେ ଖରା ଦିନ ଆସିଯିବ । ଏହି ଋତୁରେ ଭେଣ୍ଡିର ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ । ତେବେ ଜାଣିଛନ୍ତି କି ଏହି ଭେଣ୍ଡି ଖାଇବାକୁ ଯେତିକି ସୁଆଦିଆ ସେତିକି ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ବୋଲି । ଏହି ଭେଣ୍ଡି କିଛି ଘାତକ ରୋଗରୁ ଦୂରେଇ ରଖିବ ।

ଏହି ପରିବାରେ ଭିଟାମିନ୍-ଏ, ବିଟା କାରୋଟିନ୍, ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହିସବୁ ଉପାଦନ ଆମର ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହାକୁ ଖାଇବା ଦ୍ବାରା ଶରୀରର ଇମ୍ୟୁନିଟି ସିଷ୍ଟମ ଦୃଢ ହେବା ସହ ବିଭିନ୍ନ ପ୍ରକାର ରୋଗର ସଂକ୍ରମଣରୁ ରକ୍ଷା ମିଳିଥାଏ ।

ଗରମ ଦିନେ ପେଟ ସମସ୍ୟାରେ ଥିବା ଲୋକଙ୍କ ପାଇଁ ଭେଣ୍ଡି ଏକ ଭଲ ଖାଦ୍ୟ । ଭେଣ୍ଡିରେ ଅଧିକ ମାତ୍ରାରେ ଫାଇବର ଥିବାରୁ ଏହା ପାଚନ ଶକ୍ତିକୁ ମଜବୁତ କରିଥାଏ । ଭେଣ୍ଡିରେ ଥିବା ଭିଟାମିନ୍-ସି ଶରୀରର ଚର୍ମ ପାଇଁ ଖୁବ୍ ଉପକାରୀ ।

ଭେଣ୍ଡିରେ ଲାକ୍ଟିନ୍ ନାମକ ଏକ ପ୍ରକାର ପ୍ରୋଟିନ୍ ମିଳେ । ଯାହା ମଣିଷର କ୍ୟାନସର ସେଲ ବୃଦ୍ଧିକୁ ରୋକିଥାଏ । ଲାକ୍ଟିନ୍ କ୍ୟାନ୍ସର କୋଷିକାର ବୃଦ୍ଧିକୁ ୬୩ ପ୍ରତିଶତ ରୋକିପାରେ । ଫଳରେ ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନସର ପରି ରୋଗ ହୁଏ ନାହିଁ ।

ସେହିପରି ଭେଣ୍ଡିରେ ଥିବା ମ୍ୟୁସିଲେଜ୍ ନାମକ ଏକ ଗାଢ ଜେଲ ନାମକ ପଦାର୍ଥ ,ପାଚନ ସମୟରେ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରିଥାଏ । ଫଳରେ ହୃଦରୋଗ ସମସ୍ୟାରୁ ମଧ୍ୟ ରକ୍ଷା ପାଇ ପାରିବେ ।

 

Comments are closed.