ହାଇଦ୍ରାବାଦ: ୧୦ ଦିନ ବିତିଗଲାଣି। ଏବେ ବି ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ । ତେଲେଙ୍ଗାନାର ନଗରକର୍ନୁଲ ଜିଲ୍ଲାରେ ଥିବା ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ ଟନେଲ୍ରେ ଗତ ଫେବୃଆରୀ ୨୨ରେ ଭୁଶୁଡିଲା ଥିଲା ନିର୍ମାଣଧିନ ଟନେଲ ଛାତ । ଏବେ ଯାଏଁ ବି ୮ ଶ୍ରମିକଙ୍କ ପତ୍ତା ସଠିକ ଭାବେ ମଳିପାରି ନାହିଁ ଓ ଟନେଲ ଭିତରେ କେଉଁଠାରେ ଫସି ରହିଛନ୍ତି ଜଣାପଡ଼ି ନାହିଁ ।
ସୁଡଙ୍ଗରେ ଯେଉଁ ମାନେ ଫସି ରହିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ପ୍ରୋଜେକ୍ଟ ଇଞ୍ଜିନିୟର, ଫିଲ୍ଡ ଇଞ୍ଜିନିୟର, ଚାରି ଜଣ ଶ୍ରମିକ ଜମ୍ମୁ ଏବଂ କାଶ୍ମୀରର ଓ ପଞ୍ଜାବର ଦୁଇଜଣ ବୋରିଂ ମିଶନ ଅପରେଟର ରହିଛନ୍ତି ।
ସୂଚନାଥାଉକି, ଗତ ଫେବୃଆରୀ ୨୨ତାରିଖର ସକାଳ ୮ଟା ସମୟରେ ଶ୍ରମିକମାନେ ଟନେଲ ଭିତରକୁ କାମ କରିବାକୁ ଯାଇଥିଲେ । ଟନେଲରେ, ଗୋଟିଏ ପାର୍ଶ୍ୱରୁ ପାଣି ଲିକ୍ ହେବାର ଶବ୍ଦ ଶୁଭିଥିଲା । ଅପରେଟର ଏନେଇ ସମସ୍ତଙ୍କୁ ସତର୍କ କରାଇଥିଲେ । ସଙ୍ଗେ ସଙ୍ଗେ ୪୨ ଜଣ ଶ୍ରମିକ ଟନେଲ ବାହାରକୁ ପଳାଇ ଆସିଥିଲେ । ତେବେ ୮ ଜଣ ଶ୍ରମିକ ସେଠାରେ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ୭୦୦ରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି।
Comments are closed.