Latest Odisha News

BREAKING NEWS

ବର୍ଷର ପ୍ରଥମ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ, ନିର୍ଣ୍ଣାୟକ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇଲା ହାର୍ଦ୍ଦିକ ଆଣ୍ଡ କୋ

ରାଜକୋଟ: ରାଜକୋଟରେ ଖେଳାଯାଇଥିବା ଟି -୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ମଧ୍ୟ ୨-୧ରେ ସିରିଜ୍ ଜିତିଛି। ଏହି ନିର୍ଣ୍ଣାୟକ ତଥା ଡୁ କିମ୍ବା ଡାଏ ମ୍ୟାଚରେ ପ୍ରଥମେ ଖେଳି ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ୧୬.୪ ଓଭରରେ ମାତ୍ର ୧୩୭ ରନ୍ ସଂଗ୍ରହ କରିଥିଲା।

ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବ ମାତ୍ର ୫୧ ବଲରେ ୧୧୨ ରନ୍ ସଂଗ୍ରହ କରିଥିଲେ । ଯାହା ଦଳକୁ ୨୦୦ ରନ୍ କରିବାରେ ବଡ ସହଯୋଗ କରିଥିଲା । ଏହି ସମୟରେ ସୂର୍ଯ୍ୟ କୁମାର ୭ଟି ଚୌକା ଓ ୯ଟି ଛକା ମାରିଥିଲେ। ସେହିପରି ବୋଲିଂରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ ଏବଂ ଉମ୍ରାନ ମଲିକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଅର୍ଶଦୀପ ସିଂଙ୍କୁ ତିନୋଟି ସଫଳତା ମିଳିଛି।

ପଥୁମ ନିସାଙ୍କା ଏବଂ କୁସଲ ମେଣ୍ଡିସ୍ ୨୨୯ ରନର ପିଛା କରି ଉଭୟ ୪.୫ ଓଭରରେ ୪୪ ରନ୍ ଯୋଡିଥିଲେ। ଅବଶ୍ୟ ଏହା ପରେ ଶ୍ରୀଲଙ୍କା ଇନିଂସ ବିଫଳ ହୋଇଥିଲା। ମେଣ୍ଡିସ୍ ୨୩ ଏବଂ ନିସଙ୍କା ୧୫ ରନ୍ ସ୍କୋର କରିଥିଲେ। ଏହା ପରେ ସେମିତି କେହି ଭଲ ରନ୍ କରିପାରିନଥିଲେ ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଶ୍ରୀଲଙ୍କା ଅପେକ୍ଷା ଭାରତର ଓପନିଂ ଖରାପ ପ୍ରଦର୍ଶନ ଥିଲା। ଓପନର ଇଶାନ କିଷନ ମାତ୍ର ୧ ରନରେ ଆଉଟ ହୋଇଯାଇଥିଲେ । ସେହିପରି ଅନ୍ୟତମ ଓପନର ଶୁଭମନ ଗିଲ ଓ ରାହୁଲ ତ୍ରିପାଠୀ କ୍ରିଜରେ ରହି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ। ରାହୁଲ ୩୫ ରନ ଓ ଗିଲ୍ ୪୬ ରନ କରି ଆଉଟ ହୋଇଥିଲେ।

 

Leave A Reply

Your email address will not be published.