ପାଲି: ବାନ୍ଦ୍ରା ଟର୍ମିନସ-ଯୋଧପୁର ସୂର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନ ଦୁର୍ଗଟଣାଗ୍ରସ୍ତ ହୋଇଛି । ସକାଳ ପ୍ରାୟ ୩.୨୭ରେ ଟ୍ରେନର ୮ଟି ବଗି ଲାଇନ୍ଚ୍ୟୁତ ହୋଇଛି। ଦୁ୍ର୍ଘଟଣା ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦରା ସେକ୍ସନ ମଝିରେ ଘଟିଛି । ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା ଜଣା ପଡିନାହିଁ। ତେବେ ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହି ଗାଡ଼ିରେ ୧୫୦ ଜଣ ସ୍କାଉଡ ଗାଇଡ ଛାତ୍ର ଥିଲେ । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆଉ ଏକ ବସର ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଛନ୍ତି। ଉତ୍ତର ପଶ୍ଚିମ ରେଳବାଇର ଉଚ୍ଚସ୍ତରୀୟ ଅଧିକାରୀମାନେ ଜୟପୁରସ୍ଥିତ ମୁଖ୍ୟାଳୟରେ ଥିବା କଣ୍ଟ୍ରୋଲ୍ ରୁମ୍ରେ ଥାଇ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ରେଳବାଇ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।
ତେବେ ଏହି ଦୁର୍ଘଟଣା ଯୋଗୁ ଅନେକ ଗୁଡିଏ ଟ୍ରେନର ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି । ୪ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି ।
Comments are closed.