Latest Odisha News

ସୁଶାନ୍ତ ମୋ ସ୍ୱପ୍ନରେ ଆସି ସବୁ ସତ କହିବା ପାଇଁ କହିଛନ୍ତି: ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ:” ସୁଶାନ୍ତ ମୋ ସ୍ୱପ୍ନରେ ଆସିଥିଲେ, ମତେ କହିଲେ ଏବେ ଆଉ ଚୁପ ରୁହନାହିଁ । ସତ କଣ ସମସ୍ତଙ୍କୁ କହି ଦିଅ” ଏଭଳି ଏକ ବୟାନ ଦେଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ।

ଦିନକୁ ଦିନ ନୂଆ ମୋଡ଼ ନେଉଛି ସ୍ବର୍ଗତ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା। ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇ ପାରୁନାହିଁ। ଘଟଣାର ସତ୍ୟାସତ୍ୟ ପଦାକୁ ଆଣିବାକୁ ଅଣ୍ଟା ଭିଡିଛନ୍ତି ସୁଶାନ୍ତଙ୍କ ପ୍ରଶଂସକ।

ଏହି ଘଟଣାର ତଦନ୍ତରେ ମୁମ୍ବାଇ ପୋଲିସର ଭୂମିକା ସନ୍ଦେହ ସୃଷ୍ଟି କରିବାରୁ ସିବିଆଇ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଥିଲା।

ପରେ ସୁଶାନ୍ତଙ୍କ କେସ ସିବିଆଇ ହାତକୁ ମଧ୍ୟ ଯାଇଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରରେ ରହିଛି ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକା। ରିୟାଙ୍କ ଶୁକ୍ରବାର ଦିନ ସିବିଆଇ ପଚରା ଉଚରା ମଧ୍ୟ କରିଛି। ତେବେ ସିବିଆଇ ଜେରାର ଗୋଟିଏ ଦିନ ପୂର୍ବରୁ ରିୟାଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ଏକ ଜାତୀୟ ଗଣମଧ୍ୟମରେ ସ୍ୱତନ୍ତ୍ର ସାକ୍ଷାତକାରରେ।

ସାମ୍ବାଦିକଙ୍କ ପ୍ରଶ୍ନ: ଆପଣ ଆଜି ନିଜର ନିରବତା ଭାଙ୍ଗୁଛନ୍ତି….କାହିଁକି ଆପଣ ଆଜିର ଦିନକୁ ବାଛିଲେ ନିରବତା ଭାଙ୍ଗିବାକୁ । ଏହି ପ୍ରଶ୍ନର ଉତ୍ତରରେ ରିୟା କହିଥିଲେ ଯେ, ସୁଶାନ୍ତଙ୍କ ମୋ ସ୍ୱପ୍ନରେ ଆସିଥିଲେ, ମତେ କହିଲେ ଏବେ ଆଉ ଚୁପ ରୁହନାହିଁ । ସତ କଣ ସମସ୍ତଙ୍କୁ କହି ଦିଅ”।

ରିୟା ନିଜର ଏହି କଥା ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ।

Comments are closed.