Latest Odisha News

BREAKING NEWS

ଡ୍ରଗ୍ସ କାରୋବାରରେ ମାଆଙ୍କ ଫୋନ ବ୍ୟବହାର କରୁଥିଲେ ରିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ପଡିଛନ୍ତି ରିୟା ଚକ୍ରବର୍ତି । ଡ୍ରଗ୍ସ ଚୋରା କରୋବାରରେ ସେ ଜଡିତ ଥିବା ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି । ସୋମବାର ଏନସିବି ଆଉ ଏକ ଚାଂଚଲ୍ୟକର ତଥ୍ୟ ସର୍ବସମ୍ମୁଖକୁ ଆଣିଛି । ରିୟା ଡ୍ରଗ୍ସ କାରୋବାର ପାଇଁ ମାଆଙ୍କ ଫୋନ ବ୍ୟବହାର କରୁଥିଲେ । ଇଡି ତଦନ୍ତ ବେଳେ ସେ ଏହି ଫୋନ ସମ୍ପର୍କରେ କିଛି କହି ନ ଥିଲେ ।

ରିୟାଙ୍କ ଘର ଉପରେ ଏନସିବି ଚଢ଼ାଉ କରିବା ପରେ ଏହି ଫୋନ ଜବତ କରିଛି । ଏହି ଫୋନରୁ ଅନେକ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ରିୟା ଏବେ ପୋଲିସ ହେପାଜତରେ ଅଛନ୍ତି । ସେ ୨୨ ସେପ୍ଟମ୍ବର ପର୍ଯ୍ୟନ୍ତ ଜେଲରେ ରହିବେ ।

Comments are closed.