Latest Odisha News

BREAKING NEWS

ଆଜି ଆସିବ ଅନଲକ୍-୫ ଗାଇଡଲାଇନ୍, ଖୋଲିପାରେ ସିନେମା ହଲ୍

ନୂଆଦିଲ୍ଲୀ: ଦେଶରେ ମାଡ଼ି ମାଡ଼ି ଚାଲିଛି କରୋନା କାୟା । ଆସନ୍ତାକାଲି ଶେଷ ହେଉଛି ଅନଲକ୍ ୪ । ଆଜି ଆସିପାରେ ଅନଲକ୍ ୫ ଗାଇଡଲାଇନ୍ । କଣ ଖୋଲିବ, କେଉଁ କ୍ଷେତ୍ରକୁ କଟକଣାରୁ ବାଦ ଦିଆଯିବ ତାଉପରେ ସମସ୍ତଙ୍କ ନଜର ।

ଅନଲକ୍ ୫ରେ ସମସ୍ତଙ୍କ ନଜର ରହିଛି ସ୍କୁଲ, କଲେଜ, ଟ୍ରେନ୍ ଓ ସିନେମା ହଲ୍ ଖୋଲିବ କି ନାହିଁ ? ଆଗକୁ ପାର୍ବଣ ଋତୁ । ଏଭଳି ସ୍ଥିତିରେ ସାରା ଦେଶରେ ଟ୍ରେନ୍ ସେବା ସ୍ୱାଭାବିକ ହୋଇ ନାହିଁ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅଧିକ ଟ୍ରେନ ସେବାକୁ ସ୍ୱାଭାବିକ କରିବା ନେଇ ଘୋଷଣା କରି ପାରନ୍ତି କେନ୍ଦ୍ର ସରକାର ।

ପୂର୍ବରୁ ଅନଲକରେ କେନ୍ଦ୍ର ସରକାର ମଲ୍, ରେଷ୍ଟୁରାଣ୍ଟ, ଜିମ୍, ଯୋଗ ସେଣ୍ଟର ଖୋଲିବା ନେଇ ଅନୁମତି ଦେଇଥିଲେ । ଏବେ ବି ବନ୍ଦ ରହିଛି ସିନେମା ହଲ୍, ସୁଇମିଂ ପୁଲ୍, ଏଣ୍ଟ୍ରଟେନମେଣ୍ଟ ପାର୍କ । ଅନୁମାନ କରାଯାଉଛି କୋଭିଡ୍ କଟକଣା ଭିତରେ ଅନଲକ୍-୫ରେ ସିନେମା ହଲ୍ ଖୋଲିବା ପାଇଁ ଅନୁମତି ଦେଇ ପାରନ୍ତି ସରକାର ।

ପଶ୍ଚିମବଙ୍ଗ ସରକାର ଅକ୍ଟୋବର ୧ରୁ ରାଜ୍ୟରେ ସିନେମା ହଲ୍, ଓଟିଏସ୍, ଯାତ୍ରା, ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ କୋଭିଡ୍ କଟକଣା ଭିତରେ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ସର୍ବାଧିକ ୫୦ ଜଣ କାର୍ୟ୍ୟକ୍ରମରେ ସାମିଲ ହେବା ନେଇ ଘୋଷଣା ହୋଇଥିଲା ।

Leave A Reply

Your email address will not be published.