Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡିଲିଟ କରାଯାଇଥିବା ଡାଟା ପାଇଁ ଆମେରିକାର ସାହାଯ୍ୟ ଲୋଡିଲା ସିବିଆଇ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୧ ବର୍ଷ ପରେ ମଧ୍ୟ ସିବିଆଇ ଏହାର ଯାଂଚ ଜାରୀ ରଖିଛି । ରିପୋର୍ଟ ମୁତାବକ ସିବିଆଇ ଡିଲିଟ କରାଯାଇଥିବା ସୁଶାନ୍ତଙ୍କ ଡାଟା ହାସଲ କରିବା ଆମେରିକାର ସହଯୋଗ ମାଗିଛି । ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ କରାଯାଇଥିବା ମ୍ୟୁଚୁଆଲ ଲିଗାଲ ଆସିଷ୍ଟେଂସ ଟ୍ରିଟିଜ ଅନୁସାରେ ଉଭୟ ଘରୋଇ ମାମଲାର ଡାଟା ଆଦାନ ପ୍ରଦାନ କରିପାରିବେ ।

ଗୁଗଲ ଓ ଫେସବୁକଙ୍କୁ ଏଥିନେଇ ସିବିଆଇ ଅନୁରୋଧ କରିଛି । ମୃତ୍ୟୁର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଥିବାରୁ ସିବିସିଆଇ ଏହାର ଖିଅ ଖୋଜୁଛି । ୧୪ ଜୁନ ୨୦୨୦ରେ ସୁଶାନ୍ତଙ୍କ ମୃତ ଦେହ ତାଙ୍କ ବାସଭବନରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା ।

Leave A Reply

Your email address will not be published.