ମୁମ୍ବାଇ: ଏବେବି ରହସ୍ୟ ଘେରରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା । ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ସେ ନେଇ ପୋଲିସ ତଦନ୍ତ ଜାରି ରହିଛି । ଏହାରି ଭିତରେ ଆଜି ମୁମ୍ବାଇ ପୋଲିସ୍ ୟଶରାଜ ଫିଲ୍ମସର ମୁଖ୍ୟ ଆଦିତ୍ୟ ଚୋପ୍ରାଙ୍କୁ ପଚରାଉଚୁରା କରିଛି।
ସୂଚନା ଅନୁଯାୟୀ ଶନିବାର ସକାଳେ ମୁମ୍ବାଇ ପୋଲିସ୍ ଭର୍ସୋଭା ଷ୍ଟେସନରେ ଆଦିତ୍ୟ ଚୋପ୍ରାଙ୍କ ବୟାନ ରୁଜୁ କରିଛି। ପୋଲିସ୍ ପୂରା ୪ଘଣ୍ଟା ଯାଏଁ ଆଦିତ୍ୟଙ୍କୁ ପଚରାଉଚୁରା କରିଛି। ପୋଲିସ୍ ଆଦିତ୍ୟଙ୍କୁ କ’ଣ ପଚାରିଛି,ଆଦିତ୍ୟ କ’ଣ କହିଛନ୍ତି,ଏବିଷୟରେ କୌଣସି ବୟାନ ଜାରି କରାଯାଇ ନାହିଁ।
କିଛି ଦିନ ତଳେ ରିୟା ଚକ୍ରବର୍ତ୍ତୀ କହିଥିଲେ ଯେ ସୁଶାନ୍ତ ନିଜେ ୟଶରାଜ ଫିଲ୍ମସ ସହ ନିଜ କଣ୍ଟ୍ରାକ୍ଟ ଶେଷ କରିଥିଲେ ଏହା ସହିତ ସେ ରିୟାଙ୍କୁ ମଧ୍ୟ ଏପରି କରିବାକୁ କହିଥିଲେ। ପୋଲିସ୍ ରିୟାଙ୍କ ଏହି ବୟାନ ମଧ୍ୟ ରୁଜୁ କରିଥିଲା।
Comments are closed.