Latest Odisha News

BREAKING NEWS

ଶ୍ରଦ୍ଧା କପୁରଙ୍କ ସମ୍ପର୍କରେ ଏହି ଖୁଲାସା କଲେ ମୃତ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହା ବଲିଉଡ ଡ୍ରଗ୍ସ କାରବାରର ଆଉ ଏକ ପୃଷ୍ଠା ଖୋଲିଛନ୍ତି ।

ମଙ୍ଗଳବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା, ଯେଉଁଥିରେ ବାହାରକୁ ଆସିଛି ଅନେକ ସାଙ୍ଘାତିକ ସତ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପାଇଁ CBD ତେଲ (କାନ୍ନାବିଡ ତେଲ) ଅର୍ଡର କରିଥିବା ପ୍ରକାଶ କରିଛନ୍ତି। ଶ୍ରଦ୍ଧାଙ୍କ ବ୍ୟତୀତ ଜୟା ମଧ୍ୟ ନିଜ ସହ, ସୁଶାନ୍ତ ସିଂ ରାଜପୁତ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଚଳଚ୍ଚିତ୍ର ନିର୍ମାତା ମଧୁ ମଣ୍ଟେନାଙ୍କ ପାଇଁ ସିବିଡି ତେଲ କିଣିଥିବା ସ୍ୱୀକାର କରିଛନ୍ତି। କୌଣସି ଡ୍ରଗ୍ସ ବେପାରୀଙ୍କ ସହ ତାଙ୍କର ସମ୍ପର୍କକ ଥିବା ସେ ବାରମ୍ବାର ଅସ୍ବୀକାର କରିଥିବା ଜଣାପଡିଛି। ସୂଚନାନୁସାରେ, ସିବିଡି ତେଲକୁ ଅନଲାଇନରେ ଅର୍ଡର କରାଯାଇଥିଲା।

ଏହାପୂର୍ବରୁ ଜୟା ସାହା ଏବଂ ରେହା ଚକ୍ରବର୍ତ୍ତୀଙ୍କ ମଧ୍ୟରେ ହ୍ଵାଟ୍ସ ଆପ୍ ଚାଟରୁ ଜଣାପଡିଥିଲା ଯେ, ​​ ଜୟା ରିୟାଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କ ଚା କିମ୍ବା କଫିରେ କିଛି ବୁନ୍ଦା ପଦାର୍ଥ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଚାର୍ଟରେ ଲେଖା ଥିଲା “ଚା’ରେ ୪ ବୁନ୍ଦା ପକାଇ ସୁଶାନ୍ତଙ୍କୁ ପିଇବାକୁ ଦେବ” । ପରେ ଜାଣିବାକୁ ପାଇଲା ଯେ ସେମାନେ CBD ତେଲ ବିଷୟରେ ଆଲୋଚନା କରୁଥିଲେ।

Leave A Reply

Your email address will not be published.