Latest Odisha News

BREAKING NEWS

ଶୁଷ୍କ ତ୍ୱଚାର ଆଦ୍ରତା ଫେରାଇ ଆଣିବ ଘରେ ଥିବା ଏହିସବୁ ଜିନିଷ !

ଭୁବନେଶ୍ୱର: ଶୀତ ଦିନରେ ସାଧାରଣତଃ ଶରୀର ଓ ମୁହଁ ଶୁଷ୍କ ଲାଗିଥାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ।
ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି କିଛି ଘରୋଇ ଜିନିଷ ସମ୍ପର୍କରେ ଯାହା ଆପଣଙ୍କ ତ୍ୱଚା ର ଆଦ୍ରତାକୁ ଫେରାଇ ଆଣିବ ।

ଆଲୋବେରା ଜେଲ:
ଆଲୋବେରା ଜେଲକୁ ମୁହଁରେ ଲଗାଇବା ଦ୍ୱାରା ମଧ୍ୟ ମୁହଁର ଶୁଷ୍କତା ଦୂର ହୁଏ।

ମହୁ ଓ କ୍ଷୀର:
ମହୁ ଓ କ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ପରେ ଏହାକୁ ମୁହଁରେ ଭଲ ଭାବେ ଲଗାନ୍ତୁ। ୧୫ ରୁ ୨୦ ମିନିଟ ରଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ଶୁଷ୍କତା ଦୂର ହେବା ସହ ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ।

ଅଲିଭ ଅଏଲ:
ତୁଳା ସାହାଯ୍ୟରେ ନିଜ ମୁହଁରେ ଅଲିଭ ଅଏଲ ଲଗାନ୍ତୁ। ଏହା ପରେ ହାତରେ ଧୀରେ ଧୀରେ ମୁହଁକୁ ମାଲିସ କରନ୍ତୁ। ପ୍ରତିଦିନ ଏପରି କଲେ ମୁହଁର ଶୁଷ୍କତା ଦୂର ହୋଇଥାଏ।

ନଡ଼ିଆ ତେଲ :
ନିୟମିତ ନଡ଼ିଆ ତେଲକୁ ତୁଳାରେ ନେଇ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ମୁହଁର ଶୁଷ୍କତା ଦୂର ହୋଇଥାଏ।

Leave A Reply

Your email address will not be published.