ନୂଆଦିଲ୍ଲୀ: ବର୍ଷିୟାନ ଅଭିନେତ୍ରୀ ସୁସ୍ମିତା ମୁଖାର୍ଜୀ ନିଜର ନିଖୁଣ ଅଭିନୟ ପାଇଁ ଘରେ ଘରେ ବେଶ୍ ପରିଚିତ । ମାଆ ଭୁମିକାଠାରୁ ଆରମ୍ଭ କରି ବିଭିନ୍ନ ଭୂମିକାକୁ ଚମାତ୍କାର ଭାବେ ଫୁଟାଇ ପାରିଥିବା ସୁସ୍ମିତା କିନ୍ତୁ ଭ୍ୟାମ୍ଫ ବା ନକରାତ୍ମକ ଚରିତ୍ରରେ ଚମାତ୍କାର ଅଭିନୟ କରିଥାନ୍ତି । ଏବେ ସୁସ୍ମିତା ଚର୍ଚ୍ଚାରେ ରହିବାର କାରଣ ହେଲା ଅଭିନୟ ପ୍ରତି ନିଜର ଉତ୍ସର୍ଗିକୃତ ମନୋଭାବକୁ ନେଇ । ହ୍ୱିଲ୍ ଚେୟାରରେ ବସି ସେ ସୁଟିଂ କରୁଥିବା ନଜରକୁ ଆସିଛିି ।
ଷ୍ଟାର ଭାରତରେ ପ୍ରସାରିତ ଧାରାବାହିକ ‘ମେରୀ ଶାଶ୍ ଭୂତ ହୈ’ ରେ ବରିଷ୍ଠ ଅଭିନେତ୍ରୀ ସୁସ୍ମିତା ମୁଖାର୍ଜୀଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ଏଥିରେ ଭୂତ ଶାଶୁ ଭାବେ ଅଭିନୟ କରୁଛନ୍ତି ସିଏ, ଯିଏ କି ମୃତ୍ୟୁ ପରେ ମଧ୍ୟ ତାଙ୍କ ବୋହୂଙ୍କୁ ହଇରାଣ କରିବା ପଛାଉ ନାହାନ୍ତି । ସେଟ୍ରୁ ମିଳିଥିବା ସୂଚନା ଅନୁସାରେ, ସୁସ୍ମିତା ଏହି ସେଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରିବାକୁ ପଡିଲା । ହ୍ୱିଲ ଚେୟାରରେ ଏକ ମାସ ଧରି ବସି ରହିବାକୁ ଡ଼ାକ୍ତର ପରାମର୍ଶ ଦେଲେ । କିନ୍ତୁ ଡ଼େଲିସୋପ୍ ବା ନିୟମିତ ମେଗା ଧାରାବାହିକ ହୋଇଥିବାରୁ ତାଙ୍କ ଚରିତ୍ରରେ କିଏ ଅଭିନୟ କରିବ ତାକୁ ନେଇ ଚିନ୍ତା ବଢିଲା । କାରଣ ଏହି ଧାରାବାହିକରେ ସୁସ୍ମିତାଙ୍କ ଅଭିନୟକୁ ଦର୍ଶକ ଏତେମାତ୍ରାରେ ପସନ୍ଦ କରୁଥିବାରୁ ସୁଟିଂ ବନ୍ଦ ନ କରି ହ୍ୱିଲ ଚେୟାରରେ ବସି ଅଭିନୟ କରିବାକୁ ସୁସ୍ମିତା ନିଷ୍ପତ୍ତି ନେଲେ । ମଜା କଥା ହେଲା ସେହି ଅନୁସାରେ ଧାରାବାହିକର ଏପିସୋଡ଼ ଡ଼୍ରାଇରେକ୍ଟର ସ୍କ୍ରିପ୍ଟରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲେ । ଏବେ ସୁସ୍ମିତା ହ୍ୱିଲ ଚେୟାରରେ ବସି ସୁଟିଂ କରୁଛନ୍ତି ।
ସୁସ୍ମିତା କହିଛନ୍ତି, ମେରୀ ଶାଶ୍ ଭୂତ ହୈ ର ସୁଟିଂ ମୁମ୍ବାଇ ନିକଟରେ ଚାଲିଥିଲା । ଅସାବଧାନତା ଯୋଗୁ ସେଟ୍ରେ ପଡ଼ିଥିବା ତାରରେ ଗୋଡ଼ ଛନ୍ଦି ହୋଇଯିବାରୁ ସେ ତଳେ ପଡ଼ିଗଲେ । ଏତେ ଜୋରରେ ପଡ଼ିଗଲେ ଯେ ତାଙ୍କ ଆଣ୍ଠୁ ଫାଟି ଯାଇଥିଲା । ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡିଲା । ଦର୍ଶକମାନେ ଚାହୁଁଥିବାରୁ ଏକ ସପ୍ତାହ ବିଶ୍ରାମ ନେବା ପରେ ବେଶୀ ଦିନ ଛୁଟିରେ ରହିବା ଠିକ୍ ଭାବିଲେ ନାହିଁ । ତେଣୁ ଚାଲିଆସିଲେ ସୁଟିଂ ସେଟ୍କୁ । ସେ ପ୍ରଡକ୍ସନ୍ ହାଉସ୍ ଏବଂ ଡ଼୍ରାଇରେକ୍ଟରଙ୍କୁ ଧନ୍ୟବାଦ ଦେଇଛନ୍ତିି ଯେ, ସେମାନେ ହ୍ୱିଲ ଚେୟାରରେ ବସି ସୁଟିଂ କରିବାକୁ ତାଙ୍କୁ ଅନୁମତି ଦେଲେ ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.