ନୂଆଦିଲ୍ଲୀ: ବର୍ଷିୟାନ ଅଭିନେତ୍ରୀ ସୁସ୍ମିତା ମୁଖାର୍ଜୀ ନିଜର ନିଖୁଣ ଅଭିନୟ ପାଇଁ ଘରେ ଘରେ ବେଶ୍ ପରିଚିତ । ମାଆ ଭୁମିକାଠାରୁ ଆରମ୍ଭ କରି ବିଭିନ୍ନ ଭୂମିକାକୁ ଚମାତ୍କାର ଭାବେ ଫୁଟାଇ ପାରିଥିବା ସୁସ୍ମିତା କିନ୍ତୁ ଭ୍ୟାମ୍ଫ ବା ନକରାତ୍ମକ ଚରିତ୍ରରେ ଚମାତ୍କାର ଅଭିନୟ କରିଥାନ୍ତି । ଏବେ ସୁସ୍ମିତା ଚର୍ଚ୍ଚାରେ ରହିବାର କାରଣ ହେଲା ଅଭିନୟ ପ୍ରତି ନିଜର ଉତ୍ସର୍ଗିକୃତ ମନୋଭାବକୁ ନେଇ । ହ୍ୱିଲ୍ ଚେୟାରରେ ବସି ସେ ସୁଟିଂ କରୁଥିବା ନଜରକୁ ଆସିଛିି ।
ଷ୍ଟାର ଭାରତରେ ପ୍ରସାରିତ ଧାରାବାହିକ ‘ମେରୀ ଶାଶ୍ ଭୂତ ହୈ’ ରେ ବରିଷ୍ଠ ଅଭିନେତ୍ରୀ ସୁସ୍ମିତା ମୁଖାର୍ଜୀଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ଏଥିରେ ଭୂତ ଶାଶୁ ଭାବେ ଅଭିନୟ କରୁଛନ୍ତି ସିଏ, ଯିଏ କି ମୃତ୍ୟୁ ପରେ ମଧ୍ୟ ତାଙ୍କ ବୋହୂଙ୍କୁ ହଇରାଣ କରିବା ପଛାଉ ନାହାନ୍ତି । ସେଟ୍ରୁ ମିଳିଥିବା ସୂଚନା ଅନୁସାରେ, ସୁସ୍ମିତା ଏହି ସେଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରିବାକୁ ପଡିଲା । ହ୍ୱିଲ ଚେୟାରରେ ଏକ ମାସ ଧରି ବସି ରହିବାକୁ ଡ଼ାକ୍ତର ପରାମର୍ଶ ଦେଲେ । କିନ୍ତୁ ଡ଼େଲିସୋପ୍ ବା ନିୟମିତ ମେଗା ଧାରାବାହିକ ହୋଇଥିବାରୁ ତାଙ୍କ ଚରିତ୍ରରେ କିଏ ଅଭିନୟ କରିବ ତାକୁ ନେଇ ଚିନ୍ତା ବଢିଲା । କାରଣ ଏହି ଧାରାବାହିକରେ ସୁସ୍ମିତାଙ୍କ ଅଭିନୟକୁ ଦର୍ଶକ ଏତେମାତ୍ରାରେ ପସନ୍ଦ କରୁଥିବାରୁ ସୁଟିଂ ବନ୍ଦ ନ କରି ହ୍ୱିଲ ଚେୟାରରେ ବସି ଅଭିନୟ କରିବାକୁ ସୁସ୍ମିତା ନିଷ୍ପତ୍ତି ନେଲେ । ମଜା କଥା ହେଲା ସେହି ଅନୁସାରେ ଧାରାବାହିକର ଏପିସୋଡ଼ ଡ଼୍ରାଇରେକ୍ଟର ସ୍କ୍ରିପ୍ଟରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲେ । ଏବେ ସୁସ୍ମିତା ହ୍ୱିଲ ଚେୟାରରେ ବସି ସୁଟିଂ କରୁଛନ୍ତି ।
ସୁସ୍ମିତା କହିଛନ୍ତି, ମେରୀ ଶାଶ୍ ଭୂତ ହୈ ର ସୁଟିଂ ମୁମ୍ବାଇ ନିକଟରେ ଚାଲିଥିଲା । ଅସାବଧାନତା ଯୋଗୁ ସେଟ୍ରେ ପଡ଼ିଥିବା ତାରରେ ଗୋଡ଼ ଛନ୍ଦି ହୋଇଯିବାରୁ ସେ ତଳେ ପଡ଼ିଗଲେ । ଏତେ ଜୋରରେ ପଡ଼ିଗଲେ ଯେ ତାଙ୍କ ଆଣ୍ଠୁ ଫାଟି ଯାଇଥିଲା । ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡିଲା । ଦର୍ଶକମାନେ ଚାହୁଁଥିବାରୁ ଏକ ସପ୍ତାହ ବିଶ୍ରାମ ନେବା ପରେ ବେଶୀ ଦିନ ଛୁଟିରେ ରହିବା ଠିକ୍ ଭାବିଲେ ନାହିଁ । ତେଣୁ ଚାଲିଆସିଲେ ସୁଟିଂ ସେଟ୍କୁ । ସେ ପ୍ରଡକ୍ସନ୍ ହାଉସ୍ ଏବଂ ଡ଼୍ରାଇରେକ୍ଟରଙ୍କୁ ଧନ୍ୟବାଦ ଦେଇଛନ୍ତିି ଯେ, ସେମାନେ ହ୍ୱିଲ ଚେୟାରରେ ବସି ସୁଟିଂ କରିବାକୁ ତାଙ୍କୁ ଅନୁମତି ଦେଲେ ।
BREAKING NEWS
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
Comments are closed.